27.1 C
Bhubaneswar
Tuesday, May 7, 2024
Homeଓଡିଶାଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ

ଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ

ଭୁବନେଶ୍ୱର : ଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଦେଉଳିଆ ବାଘରାଖୋଲ ଜଙ୍ଗଲ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଖରେ ଥିବା ଦେଉଳିଆ ବାଘରାଖୋଲ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି । ତେବେ ଏଯାଏ ଘଟଣାସ୍ଥଳରେ ଅଗ୍ନିଶମବାହିନୀ କି ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି । ନିଆଁ ଆୟତ୍ତ ନହେଲେ ଅଭୟାରଣ୍ୟକୁ ବ୍ୟାପିବା ଆଶଙ୍କା ମଧ୍ୟ ରହିଛି । ବନ ବିଭାଗ ଓ ଅଗ୍ନିଶମ ବାହିନୀର ଅବହେଳା ନେଇ ପ୍ରଶ୍ନବାଚୀ ସୂୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ , ଏହା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ରେ ନିଆଁ ଲାଗିଥିଲା । ଏସିଆର ଦ୍ବିତୀୟ ସର୍ବବୃହତ ଜୈବ ମଣ୍ଡଳ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ଲାଗିଥିଲା ନିଆଁ । ଅଗ୍ନିଶମ ବିଭାଗ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ବି ସଫଳ ହୋଇନି । କିଛି ଦିନ ତଳେ ନୟାଗଡ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବର୍ତ୍ତମାନ ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲାରେ ଥିବା ୪ ଟି ବନଖଣ୍ଡ ବାରିପଦା, ଉଦଳା, ରାଇରଙ୍ଗପୁର , କରଞ୍ଜିଆ ଏବଂ ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପର ମୋଟ ୨୧ ଟି ରେଞ୍ଜରୁ ୮ ଟି ରେଞ୍ଜରେ ୨୦ ଟି ବିଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବିଭାଗର ୮୦୦ ବନ କର୍ମଚାରୀ, ୨୫୦ ନିଆଁ ଲିଭା ସ୍ବେଚ୍ଛାସେବୀ , ୨୪୦ ଟି ନିଆଁ ଲିଭା ଯନ୍ତ୍ର ସହ ୪୦ ଟି ଅଗ୍ନିଶମ ବିଭାଗର ଗାଡି ନିୟୋଜିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking