28.1 C
Bhubaneswar
Friday, April 26, 2024
Homeଓଡିଶାଜଳିଗଲା ୭ଲକ୍ଷ ଟଙ୍କାର ଧାନ 

ଜଳିଗଲା ୭ଲକ୍ଷ ଟଙ୍କାର ଧାନ 

ବୌଦ୍ଧ  :  ଜଳିଗଲା ୭ଲକ୍ଷ ଟଙ୍କାର ଧାନ।  ଘଟଣାଟି ଘଟିଛି,  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତର ସିନ୍ଦୂରପୁର ଗାଁରେ।
ସୂଚନା ଅନୁଯାୟୀ,  ମନୋଜ ଭୋଇ ନାମକ ଜଣେ ଚାଷୀଙ୍କ ଖଳାରେ ଥିବା ଧାନ ପୋଡ଼ି ପାଉଁଶ ହୋଇଯାଇଛି। ସେ ଜମିରୁ ଧାନ କାଟି ବିଡ଼ା କରି ଗାଁ ମୁଣ୍ଡରେ ଥିବା ଖଳାରେ ଗଦା କରି ରଖିଥିଲେ। ହେଲେ ମଙ୍ଗଳବାର  ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ସେଥିରେ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।
ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ କଣ୍ଟାମାଳ ଓ ସୋନପୁରରୁ ଦୁଇଟି ଦମକଳ ଗାଡ଼ି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ହେଲେ ଦମକଳ ଗାଡ଼ି ଆସିବା ପୂର୍ବରୁ ସବୁ ଧାନ ପୋଡ଼ି ପାଉଁଶ ହୋଇଯାଇଥିଲା। ମନୋଜଙ୍କ କହିବା ଅନୁଯାୟୀ, ୭ ଏକର ଜମିର ଧାନ ବିଡ଼ା ସେ ଖଳାରେ ରଖିଥିଲେ  । ଏହାର ଆନୁମାନିକ ମୂଲ୍ୟ  ପ୍ରାୟ ୭ଲକ୍ଷ ହେବ ବୋଲି ସୂଚନା ମିଳିଛି । ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking