38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନ୍ୟୁଜର୍ସି ଗୁଳିକାଣ୍ଡରେ ଜଣେ ପୁଲିସ ସମେତ ୬ ମୃତ

ନ୍ୟୁଜର୍ସି ଗୁଳିକାଣ୍ଡରେ ଜଣେ ପୁଲିସ ସମେତ ୬ ମୃତ

ନ୍ୟୁୟର୍କ : ଆମେରିକାର ନ୍ୟୁଜର୍ସିରେ ବୁଧବାର ହୋଇଥିବା ଗୁଳିକାଣ୍ଡରେ ଜଣେ ପୋଲିସ ଅଧିକାରୀ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଗୁଳିମାଡ଼ ଘଟଣା ସହରର ବେୟ୍ୟୁ ନିକଟରେ ଘଟିଛି । ଜେସି କୋସର୍‌ ସୁପରମାର୍କେଟ୍‌ରେ ଦୁଇଜଣ ବନ୍ଧୁକଧାରୀ ଏବଂ ତିନି ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି।
ନିହତ ପୁଲିସ ଗୁଇନ୍ଦାଜଣକ ସୁପରମାର୍କେଟ ଠାରୁ ପ୍ରାୟ ଏକ ମାଇଲ ଦୂର ଗୋଟାଏ ଶ୍ମଶାନ ପାଖରେ ସନ୍ଦିଗ୍ଧମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ମରଣାନ୍ତକ ଗୁଳିଚୋଟ ଖାଇଥିଲେ ବୋଲି ଜର୍ସି ସହରର ପୁଲିସ ମୁଖ୍ୟ ମାଇକେଲ୍‌ କେଲି କହିଛନ୍ତି।
ସୂଚନା ଅନୁଯାୟୀ, ଗୋଟାଏ ଚୋରି ଟ୍ରକ୍‌ରେ ଆସି ସନ୍ଦିଗ୍ଧମାନେ ସୁପର୍‌ ମାର୍କେଟ୍‌ରେ ପଶିଥିଲେ। ପୁଲିସମାନଙ୍କୁ ଦୂରେଇ ରଖି ସେମାନେ ସାଧାରଣ ନାଗରିକ ଓ ଗୁଇନ୍ଦାମାନଙ୍କ ଆଡ଼କୁ ଗୁଳି ଚଳାଇଥିଲେ। ଗୁଳି ବିନିମୟ ପ୍ରାୟ ୪ ଘଣ୍ଟା କାଳ ଚାଲିଥିଲା। ପୁଲିସ ଓ ସନ୍ଦିଗ୍ଧମାନେ ଗୋଡ଼ାଗୋଡ଼ି ହୋଇ ତିନିଟି ସ୍ଥାନରେ କରିଥିବା ଗୁଳି ବିନିମୟରେ ଶହ ଶହ ରାଉଣ୍ଡ୍‌ ଗୁଳି ଫୁଟିଥିଲା। ଏହି ଗୁଳି କାଣ୍ଡରେ ଆଉ ଦୁଇ ଜଣ ପୁଲିସ ଅଧିକାରୀ ଏବଂ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। କିନ୍ତୁ ସେମାନଙ୍କ ଅବସ୍ଥା ସ୍ଥିର ରହିଛି।
ଗୁଳିକାଣ୍ଡର କାରଣ ବର୍ଣ୍ଣବୈଷମ୍ୟ କି ଆତଙ୍କବାଦ ତାହା ଜଣାପଡ଼ି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking