ଭାରତ-ୱେଷ୍ଟଇଣ୍ଡିଜ୍ ୩ୟ ଟ୍ବେଣ୍ଟି-୨୦ : ସିରିଜ ଲକ୍ଷରେ ବିରାଟ ବାହିନୀ

ମୁମ୍ବାଇ : ଘରୋଇ ଭାରତ ବିପକ୍ଷରେ ଇଣ୍ଡିଜ୍ ନିର୍ଣ୍ଣାୟକ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୭ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତିବା ପରେ ରବିବାର ପରାଜୟର ତିକ୍ତ ସ୍ବାଦ ଚାଖିଛି ଭାରତୀୟ ଦଳ। ଶୃଙ୍ଖଳିତ ବୋଲିଂ ଓ ବିସ୍ଫୋରକ ବ୍ୟାଟିଂ ବଳରେ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତକୁ ସହଜରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଏହି ବିଜୟ ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍‌କୁ ୱେଷ୍ଟଇଣ୍ଡିଜ୍ ୧-୧ କରିପାରିଛି।
ଫଳରେ ବୁଧବାର ଖେଳାଯିବାକୁ ଥିବା ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ନିର୍ଣ୍ଣାୟକ ହୋଇଯାଇଛି। ଟି୨୦ ବିଶ୍ବକପ୍ ଜିିତିବା ପରଠାରୁ ୱେଷ୍ଟଇଣ୍ଡିଜ୍‌ ଦୁର୍ବଳ ପ୍ରଦର୍ଶନ କରିଥିବା ବେଳେ ତା’ରି ମାଟିରେ ଭାରତକୁ ପରାସ୍ତ କରିବାର ସୁଯୋଗ ଏହା ପାଖରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୨୦୭ ରନ୍‌ର ପିଛାକରି ଜିତିଥିବା ଭାରତ ୨ୟ ମ୍ୟାଚ୍‌ରେ ଏହି ଝଟ୍‌କା ପରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି। ୨୦୨୦ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ଘରୋଇ ସିରିଜ୍ ଜିତିବାକୁ ନିଶ୍ଚୟ ପ୍ରୟାସ କରିବ ଦର୍ଶକମାନେ ଆଶାକରିଛନ୍ତି ।