ଭୁବନେଶ୍ୱର : କଦଳୀ ଏକ ଏମିତି ଫଳ ଯାହା ସବୁ ଋତୁରେ ହୁଏ । ଅର୍ଥଆତ ବର୍ଷସାରା ବଜାରରେ ବିକ୍ରି ହୁଏ । ଏହାକୁ ଯେକୌଣସି ଋତୁରେ ଖାଇହେବ । କିନ୍ତୁ ଜାଣିଛନ୍ତି କି ମଧୁମେହ ରୋଗୀ କଦଳୀ ଖାଇପାରିବେ କି ? ଆସନ୍ତୁ ଜାଣିବା .. ଖାଦ୍ୟ ବିଶେଷଜ୍ଞଙ୍କ ମତରେ କଦଳୀରେ ଫାଇବର , ପୋଟାସିୟମ , ଭିଟାମିନ ବି୬ ଭିଟଆମିନ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ମଧୁମେହ ରୋଗୀମାନେ କଦଳୀ ଖାଇପାରିବେ । କିନ୍ତି ବହୁତ ସୀମିତ ପରିମାଣରେ । କଦଳୀରେ ଗ୍ଲାଇସେମିକ ଇଣ୍ଡେକ୍ସ ଥାଏ । ଯଦି ଗ୍ଲାଇସେମିକ ଇଣ୍ଡେକ୍ସ କମ ଥାଏ , ଏହାକୁ ଖାଇବା ପରେ କା ର୍ୱହାଇଡ୍ରେଟ ଶୀଘ୍ର ଗ୍ଲୁକୋଜରେ ପରିଣତ ହେବ ନାହିଁ । ଯାହା ଫଳରେ ଶର୍କରାର ସ୍ଥଗିତ ଗତିରେ ବୃଦ୍ଧି ପାଇବ ନାହିଁ । ଯଦି ଗ୍ଲାଇସେମିକ ଇଣ୍ଡେକ୍ସ ମଧ୍ୟମ ଥାଏ , ଧୀର୍ ଧୀରେ ଗ୍ଲୁକୋଜରେ ପରିଣତ ହେବା ଆରମ୍ଭ କରିବ । ଯାହା ଫଳରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବ । ଯଦି ମଧୁମେହ ରୋଗୀ କଦଳୀ ଖାଇବାକୁ ଚାହାଁନ୍ତି ତେବେ କଦଳୀ ପାଚିଛି କି ନାହିଁ ତାହା ଜାଣିବା ଆବଶ୍ୟକ । ଅତ୍ୟଧିକ ପାଚିଥିଲେ ଏହାଠୁ ଦୂରେଇ ରହିବା ଆବଶ୍ୟକ । ଆପଣ ଦିନକୁ ଦୁଇଟା କଦଳୀ ଖାଇପାରିବେ । ଅତ୍ୟଧିକ କଦଳୀ ଖାଇବା ଭଲ ନୁହେଁ । ନଚେତ ସୁଗର ଲେବଲ ବୃଦ୍ଧି ପାଇବାର ଆଶଙ୍କା ରହିବ । କେବଳ କଦଳୀ ନୁହେଁ , ଏହାକୁ ବାଦାମ , ଦହି କିମ୍ବା ପିନଟ ବଟର ସହିତ ଖାଇପାରିବେ ।