35.1 C
Bhubaneswar
Friday, May 10, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ମେଥି ଶାଗ

ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ମେଥି ଶାଗ

ଭୁବନେଶ୍ୱର : ଆମକୁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ । ବିଶେଷ କରି ଶାଗ ଖାଇବା ନିହାତି ଦରକାର । ତେବେ ସବୁ ଶାଗ ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥି ଶାଗରେ ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, କପର୍ ଆଦି ପ୍ରଚୁର ପରିମାଣରେ ରହିଛି । ତେଣୁ ମେଥି ଶାଗ ଖାଇଲେ କୋଲେଷ୍ଟ୍ରୋଲ୍ ମାତ୍ରା କମ୍ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ମେଥିଶାଗ ଖାଦ୍ୟରେ ସାମିଲ କରିବା ନିହାତି ଜରୁରୀ। ମେଥି ଶାଗ ଗଣ୍ଠି ଜନିତ ରୋଗ ପାଇଁ ଲାଭଦାୟକ ଅଟେ । ଯେଉଁମାନଙ୍କର ଗଣ୍ଠି ରୋଗ ରହିଛି ସେମାନେ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ । ମଧୁମେହ ରୋଗୀଙ୍କ ପାଇଁ ମେଥି ଶାଗ ବହୁତ ଲାଭଦାୟକ ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ । ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ କରିବାରେ ମେଥି ବହୁତ ଲାଭଦାୟକ ହୋଇଥାଏ । ମେଥି ଶାଗ ବଢିଥିବା କୋଲେଷ୍ଟ୍ରଲ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ତେଣୁ ମେଥି ଶାଗ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking