35.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଜୋରିମାନା ଭୟ: ବଜାରରେ ବଢୁଛି ହେଲମେଟର ଚାହିଦା

ଜୋରିମାନା ଭୟ: ବଜାରରେ ବଢୁଛି ହେଲମେଟର ଚାହିଦା

ରାଉରକେଲା: ପରିବହନ ନିୟମ ଅନୁଯାୟୀ, ଚଳିତ ମାସ ଶେଷ ସପ୍ତାହ ଯାଏ ପୁଲିସ ପକ୍ଷରୁ ବାଇକ ଚାଳକ ମାନଙ୍କ ହେଲମେଟ ଯାଂଚ ସହ, ପରିବହନର ଅନ୍ୟାନ ନିୟମ ଉଲ୍ଲଗଂନ କରଥିବା ଦୁଇ ଚକିଆ ଓ ଚାରି ଚକିଆ ଚାଳନାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରୀ ଭାବେ ବିଜ୍ଞପ୍ତି ଜାରି ହୋଇଛି । ରାଉରକେଲାର ବିଭିନ୍ନ ଥାନା ପୁଲିସ ପକ୍ଷରୁ  ଗାଡ଼ି ଧରପଗଡ଼ ଅଭିଯାନ ଚାଲୁ ରହିଥିବା ବେଳେ ଆଗକୁ ଏଭଳି ଅଭିଯାନ ଚାଲୁ ରହିବ ।  ଜୋରିମାନା ଭୟରେ ବହୁ ବାଇକଧାରୀ  ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତି ପରିବାରରେ ଏକରୁ ଅଧିକ ବାଇକ ରହିଥିବା ବ୍ୟକ୍ତି ମାନେ ହେଲମେଟ କ୍ରୟ କରିବା ଦେଖିବାକୁ ମିଳିଛି । ଫଳସ୍ୱରୂପ ହେଲମେଟର ଚାହିଦା ବଜାରରେ ବୃଦ୍ଧି ପାଇଛି ।  ଏହି ପରିପ୍ରେକ୍ଷୀରେ ରାଉରକେଲାର କିଛି ବ୍ୟବସାୟୀ ରାଉରକେଲା ବଜାରରୁ ହେଲମେଟ ପାଇକାରୀ ଦାମରେ କ୍ରୟ କରି ଏହାକୁ ଖୁଚୁରା ଦରରେ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ଜରିମାନା  ଓ ଗାଡ଼ି ଲାଇସେନ୍ସ ରଦ୍ଦ ହେବା ଭୟରେ ଗ୍ରାହକ ମାନେ ଯେନତେଣ ପ୍ରକାର ହେଲମେଟ କିଣୁଛନ୍ତି । ସେହିପରି ରାଉରକେଲାର କିଛି ପ୍ରମୁଖ ଛକର ରାସ୍ତା କଡ଼ରେ ହେଲମେଟର ପସରା ଦେଖିବାକୁ ମିଳିଲାଣି । କିଛି ଜାଗାରେ ହେଲମେଟର କଳାବଜାରୀ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking