27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନୂତନ କ୍ରେଡିଟ କାର୍ଡ ଗ୍ରାହକଙ୍କୁ ସୋର୍ସିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା ଆରବିଆଇ

ନୂତନ କ୍ରେଡିଟ କାର୍ଡ ଗ୍ରାହକଙ୍କୁ ସୋର୍ସିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା ଆରବିଆଇ

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ ଏକ ବଡ ଘୋଷଣା କରିଛି । ଘୋଷଣା ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଘରୋଇ ଋଣଦାତାଙ୍କୁ ଡିଜିଟାଲ୍ ୨.୦ ପ୍ରୋଗ୍ରାମ ଅଧିନରେ ଏହାର ଡିଜିଟାଲ ବ୍ୟବସାୟ ଉତ୍ପାଦନ କାର୍ଯ୍ୟକଳାପସକୁ ସାମୟିକ ଭାବରେ ବନ୍ଦ କରିବାକୁ କହିଛି । ଗତ ୨ ବର୍ଷ ମଧ୍ୟରେ ଏଚଡିଏଫସି ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍କ ଏବହଂ ପେମେଣ୍ଟ ୟୁଟିଲିଟରେ କିଛି ଅଘଟଣ ଘଟିବା ନେଇ ନିୟାମକ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ବୋଲି ଗୁରୁବାର ଦିନ ଏକ ନିୟାମକ ପତ୍ରରେ କହିଛନ୍ତି । ନଭେମ୍ବରରେ ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍କ ଏବଂ ପେମେଣ୍ଟ ସିଷ୍ଟମରେ ସମ୍ପ୍ରତି ଅଘଟଣ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ବ୍ୟାଙ୍କ କହିଛି । ଏଥିସହ ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ବ୍ୟାଙ୍କ ବୋର୍ଡର ତ୍ରୁଟି ଯାଂଚ କରିଥାଏ ଏବଂ ଉତ୍ତରଦାୟିତ୍ୱ ସ୍ଥିର କରିଥାଏ । ଗୁରୁବାର ବ୍ୟାଙ୍କ ଆହୁରି ମଧ୍ୟ କହିଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଏହାର ଆଇଟି ସିଷ୍ଟମକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ନେଇଛି ଏବଂ ସନ୍ତୁଳନ ବନ୍ଦ କରିବା ପାଇଁ ଶୀଘ୍ର କାର୍ଯ୍ୟ ଜାରି ରଖିବ ଏବଂ ଏ ବାବଦରେ ନିୟାମକଙ୍କ ସହ ଜଡିତ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking