29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଫାଟିଲା ରିଡ଼ମୀ-୬ଏ ସ୍ମାର୍ଟଫୋନର ବ୍ୟାଟେରୀ: ଶୋଇଥିବା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ଫାଟିଲା ରିଡ଼ମୀ-୬ଏ ସ୍ମାର୍ଟଫୋନର ବ୍ୟାଟେରୀ: ଶୋଇଥିବା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୋବାଇଲ ପାଖରେ ରଖି ଶୋଇଥିବା ସମୟରେ ହଠାତ୍ ହୋଇଥିଲା ବିସ୍ଫାରଣ । ଅଚାନକ୍ ମୋବଇଲ ବ୍ୟାଟେରୀ ଫାଟିବାକୁ ପାଖରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ଏନେଇ ସୋସିଆଲ ମିଡିଆରେ ଜଣେ ୟୁଟ୍ୟୁବର ଦାବି କରିଛନ୍ତି ।

ୟୁଟ୍ୟୁବର୍ କହିଛି ଯେ, ମହିଳା ଜଣକ ତାଙ୍କ ମାଉସୀ ଥିଲେ, ଯିଏକି ଦିଲ୍ଲୀ ଏନସିଆରରେ ରହୁଥିଲେ । ୟୁଟ୍ୟୁବ ମଧ୍ୟ ଘଟଣାସ୍ଥଳର ଏକ ଭିଡିଓ ଜାରି କରିଛି । ଯେଉଁ ମୋବାଇଲରେ ବିସ୍ଫୋରଣ ହୋଇଛି, ତାହା ରେଡମି ୬ ଏ ସ୍ମାର୍ଟଫୋନ୍ ବୋଲି ଜଣାପଡିଛି । କମ୍ପାନୀ ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ଫୋନର ବ୍ୟାଟେରୀ ଫାଟିବା ଯୋଗୁଁ ଦିଲ୍ଲୀ ଏନସିଆରେ ରହୁଥିବା ମାଉସୀ କରିଯାଇଥିବା ନେଇ ୟୁଟ୍ୟୁବର ଦାବି କରିଛନ୍ତି ।

ଟ୍ୱିଟ୍ ଅନୁଯାୟୀ, “ଗତକାଲି ରାତିରେ ମୋର ମାଉସୀ ମୃତ ବୋଲି ଜଣାପଡିଥିଲା । ସେ ରେଡମି ୬ବ ବ୍ୟବହାର କରୁଥିଲେ । ସେ ଶୋଇବା ସମୟରେ ଫୋନକୁ ତକିଆ ତଳେ ରଖିଥିଲେ । କିନ୍ତୁ କିଛି ସମୟ ପରେ ଫୋନ୍ ବ୍ଲାଷ୍ଟ ହୋଇଥିଲା । ତାହା ଆମପାଇଁ ଏକ ଖରାପ ସମୟ । ସପୋର୍ଟ କରିବା ବ୍ରାଣ୍ଡର ଦାୟିତ୍ୱ ।’ ଅନ୍ୟପଟେ ପୀଡିତଙ୍କ ପରିବାର ପାଖରେ ପହଞ୍ଚିବା ଓ ସ୍ଥିତିର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ ଟ୍ୱିଟର ଜବାବ୍ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking