28.1 C
Bhubaneswar
Wednesday, April 24, 2024
Homeଓଡ଼ିଶା ଦୁର୍ଗାପୂଜାଆସୁଛନ୍ତି ମା ଦୁର୍ଗା..

ଆସୁଛନ୍ତି ମା ଦୁର୍ଗା..

ଭୁବନେଶ୍ୱର : ଦୁର୍ଗାପୂଜା ବଙ୍ଗାଳୀ ମାନଙ୍କ ପାଇଁ ଯେତିକି ଗୁରୁତ୍ତ୍ୱପୂର୍ଣ୍ଣ ଓଡିଶାବାସୀଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଅସତ୍ୟ ଉପରେ ସତ୍ୟର ବିଜୟ , ଦୁର୍ଗା ପୂଜା କୁ ସାରା ଓଡିଶାବାସୀ ଖୁବ ଆନନ୍ଦର ସହ ପାଳନ କରନ୍ତି । ଓଡିଆ ମାସ ଆଶ୍ୱିନ କିମ୍ବା କାର୍ତ୍ତିକ ମାସରେ ଏହି ପର୍ବକୁ ପାଳନ କରାଯାଏ । ମହିଶାସୁରକୁ ବଦ୍ଧ କରିଥିବା ମା ଦୁର୍ଗାଙ୍କର ବିଜୟ ଶକ୍ତିର ଉତ୍ସବ କୁ ପାଳନ କରାଯାଏ । ପୂଜା ପେଣ୍ଡାଲ ଠାରୁ ଆରମ୍ଭ କରି ରାସ୍ତା ଘାଟ ସବୁ ଆଡେ ଝଲସି ଉଠେ ଆଲୋକ ମାଳା । ପୂଜା ମଣ୍ଡପରେ ମା ଦୁର୍ଗା ଙ୍କ ସହ ଭଗବାନ ଗଣେଶ , କାର୍ତ୍ତିକ ଏବଂ ତେବୀ ସରସ୍ୱତୀ ଏବଂ ଲକ୍ଷ୍‌ମୀ ବିରାଜ ମାନ କରିଥାନ୍ତି ।ଏହି ପର୍ବ ଓଡିଶାର ଲୋକମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି କଟକ ଏବଂ ବିଭିନ୍ନ ସ୍ଥାନରେ ମାଆଙ୍କ ପୂଜା କରାଯାଏ । ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ମାଙ୍କ ପୂଜା ରେ ଭକ୍ତ ମାନେ ସାମିଲ ହୋଇ ପାରି ନ ଥିଲେ । କିନ୍ତୁ ଚଳିତ ବର୍ଷ ମାଆ ଙ୍କ ପୂଜା ଖୁବ ଧୁମ୍ ଧାମରେ ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking