29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସାଙ୍ଗକୁ ପାଖରେ ରଖିବା ପାଇଁ ନିଜ ସ୍ୱାମୀ ସହ କରାଇଲେ ବିବାହ

ସାଙ୍ଗକୁ ପାଖରେ ରଖିବା ପାଇଁ ନିଜ ସ୍ୱାମୀ ସହ କରାଇଲେ ବିବାହ

ନୂଆଦିଲ୍ଲୀ: ନିଜ ବନ୍ଧୁତ୍ୱକୁ ମଜବୁତ ରଖିବା ପାଇଁ ଏବଂ ଏହାକୁ ବଜାୟ ରଖିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରୟାସ କରିଥାନ୍ତି । ଯାହାଦ୍ୱାରା ତାଙ୍କ ବନ୍ଧୁତ୍ୱ ସବୁଠୁ ନିଆରା ଏବଂ ନିବିଡ ରହିବ । ତେବେ ଏହି ବନ୍ଧୁତ୍ୱକୁ ଚିର ଦିନ ପାଇଁ ନିଜ ସହିତ ରଖିବା ପାଇଁ ଦୁଇଜଣ ଝିଅ ଏକ ଏଭଳି ନିଷ୍ପତି ନେଇଛନ୍ତି ଯାହାକୁ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ସେମାନେ ନିଜ ବନ୍ଧୁତ୍ୱକୁ ବଜାୟ ରଖିବା ପାଇଁ ଏବଂ ସବୁଦିନ ଏକାଠି ରହିବା ପାଇଁ ଗୋଟିଏ ପୁଅକୁ ବିବାହ କରିଥିଲେ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ଏହି ଘଟଣାଟି ପାକିସ୍ତାନର ହୋଇଥିବା ବେଳେ ଏହି ଗୁଇ ବନ୍ଧୁଙ୍କ ନାମ ହୋଇଛି ଶାହନାଜ ଏବଂ ନୁର । ଏହି ଦୁଇ ବନ୍ଧୁ ପରସ୍ପରଙ୍କ ସହମତିରେ ହିଁ ଗୋଟିଏ ପୁଅକୁ ବିବାହ କରିଥିଲେ । ବର୍ତ୍ତମାନ ସେମାନେ ୩ ଜଣ ଗୋଟିଏ ଘରେ ହସ ଖୁସିରେ ରହୁଥିବା ଜଣାପଡିଛି । ତେବେ ସେହି ଉଭୟ ବନ୍ଧୁଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ଏଜାଜ । ଯିଏକି ବୃତ୍ତିରେ ଜଣେ ଦରଜି ଅଟନ୍ତି ।

ତେବେ ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲରେ ହୋଇଥିବା ସାକ୍ଷାତକାରରେ ଶେହନାଜ କହିଛନ୍ତି ଯେ ସେ ପୂର୍ବରୁ ଏଜାଜଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ସେ ତାଙ୍କ ବନ୍ଧୁ ନୁରଙ୍କଠାରୁ ଦୂରେଇ ଯାଇଥିଲେ । ଯଦିଓ ନୁର ପ୍ରାୟତ ଶେହନାଜଙ୍କ ଘରକୁ ଆସୁଥିଲେ କିନ୍ତୁ ପରସ୍ପର ଏକାଠି ରହିପାରୁ ନଥିଲେ । ଯାହାଫଳରେ ନୁର ଶେହନାଜଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ବିବାହ ପଛର ଏକ ମାତ୍ର କାରଣ ଥିଲା ସେ ତାଙ୍କ ବନ୍ଧୁ ଶେହେନାଜଙ୍କ ସହ ଏକାଠି ଗୋଟିଏ ଘରେ ରହିପାରିବେ । ନୁରଙ୍କ ଏହି ପ୍ରସ୍ତବ ଶୁଣି ଶେହନାଜ ଖୁସି ହେବା ସହ ତାଙଅକ ପ୍ରସ୍ତାବକୁ ପସନ୍ଦ କରିଥିଲେ ।

ଏଥିସହିତ ଏହି ବିବାହ ବିଷୟରେ ଶେହନାଜ ତାଙ୍କ ସ୍ୱାମୀ ଏଜାଜଙ୍କ ସହ କଥା ହୋଇଥିଲେ । ଯେଉଁଥିରେ ତାଙ୍କ ସ୍ୱାମୀ ମଧ୍ୟ ରାଜି ହୋଇଯାଇଥିଲେ ।ବର୍ତ୍ତମାନ ଶେହନାଜଙ୍କର ଦୁଇଟି ସନ୍ତାନ ଥିବାବେଳେ ନୁରଙ୍କ ଗୋଟିଏ ସନ୍ତାନ ଅଛି । ଏହି ପୁରା ପରିବାର ଗୋଟିଏ ଘରେ ଏକାଠି ରହୁଥିବା ବେଳେ ସମସ୍ତଙ୍କ ମଧ୍ୟରେ ଭଲପାଇବା ଏବଂ ସଠିକ୍ ବିଠାବଣା ରହିଛି । ଏତତ୍ ବ୍ୟତୀତ ଶାହନାଜ ସାକ୍ଷାତକାରରେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀ ଏଜାଜଙ୍କ ସହ ଠଗଡା କରି ପାରିବେ କିନ୍ତୁ ନୁର ସହିତ ନୁହେଁ । କାରଣ ସେ ନିଜେ ନୁରଙ୍କୁ ତାଙ୍କ ଘରକୁ ଆଣିଛନ୍ତି । ଏଥି ସହିତ, ନୁର ମଧ୍ୟ କହିଛନ୍ତି ଯେ ଶାହନାଜଙ୍କ ସହ ତାଙ୍କର କୌଣସି ଅଭିଯୋଗ ରହେ ନାହିଁ। ସେମାନେ ତିନିଜଣ ନିଜ ନିଜ ଜୀବନରେ ବେଶ୍ ଖୁସିରେ ଅଛମନ୍ତି । ଏଥିସହିତ ସ୍ୱାମୀ ଏଜାଜ ମଧ୍ୟ ଉଭୟ ପତ୍ନୀଙ୍କ ସହ ସୁଖମୟ ଜୀବନ ବିତାଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking