42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୪୫ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪୫ ମୃତ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଦକ୍ଷିଣ ଆଫ୍ରିକାର ବ୍ରିଜରୁ ବସ୍ ଖସିପଡିଯିବାରୁ ବସ୍ ରୀ ସମ୍ପୂର୍ଣ୍ଣ ଜଳିଯାଇଥିଲା । ସୂଚନା ଅନୁଯାୟୀ,ଗୁରୁବାର ବସ୍ ଟି ବୋତସ୍ୱାନା ଠାରୁ ଉତ୍ତର ଲିମ୍ପୋପୋ ପ୍ରଦେଶର ମୋରିଆ ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ଡ୍ରାଇଭରଟି ଭାରସାମ୍ୟ ହରାଇଥିଲା । ଜୋହାନ୍ସବର୍ଗର ୩୦୦ କିଲୋମିଟର ଉତ୍ତରରେ ଥିବା ମମତାଲାକାଲା ନିକଟ ଏକ ପାର୍ବତ୍ୟ ଅଞ୍ଚଳରେ ଥିବା ଏକ ବ୍ରିଜ ଉପରେ ଏହି ବସ୍ ପ୍ରତିବନ୍ଧକ ଭାଙ୍ଗି ୧୬୪ ଫୁଟ ତଳେ ଥିବା ଘାଟରେ ଖସିପଡିଥିଲା। ଏହାପରେ ବସ୍ ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ତେବେ ବସ୍ ରେ ସମୁଦାୟ ୪୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୪୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଏହି ଦୁର୍ଘଟଣାରୁ କେବଳ ଜଣେ ୮ ବର୍ଷର ବାଳିକା ବଞ୍ଚିଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣାରେ ମୃତକମାନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking