32.1 C
Bhubaneswar
Sunday, April 28, 2024
Homeଓଡିଶାସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ, ସ୍ୱାମୀ ଫେରାର

ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ, ସ୍ୱାମୀ ଫେରାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଦର୍ଶ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ଜନୈକ ବ୍ୟକ୍ତି ନିଜ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଗୁରୁତର ସ୍ତ୍ରୀ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଘଟଣା ଘଟିଛି ସ୍ଥାନୀୟ ଜିରିଙ୍ଗିପଡା ଅଞ୍ଚଳରେ ।  ସୂଚନା ଅନୁଯାୟୀ, ଏହି ଅଞ୍ଚଳର ଭାଗ୍ୟବତୀ ନାୟକ ଫୁଲବାଣି ମୁଖ୍ୟ ଚିକିତ୍ସାଳୟରେ ଝାଡୁଦାର ଭାବେ କାମ କରନ୍ତି । ତାଙ୍କର ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି । ବଡ଼ ଝିଅ ବିବାହିତା ହୋଇଥିବା ବେଳେ ଅନ୍ୟ ଦୁଇ ଭାଇ ଭଉଣୀ ବାପା,ମା’ଙ୍କ ସହିତ ରହନ୍ତି । ଶୁକ୍ରବାର ବାପା ଓ ମା’ଙ୍କ ଶୋଇବା ଘର ତାଲା ପଡ଼ିଥିବା ଭାଇଭଉଣୀ ଦେଖିଥିଲେ ।

ସକାଳୁ ଅନ୍ୟ କୋଠରୀରେ ଶୋଇଥିବା ଭାଇ ଭଉଣୀ ଉଠି ଦେଖିବା ବେଳକୁ କୋଠରୀରେ ତାଲା ପଡିଥିଲା । ପଡୋଶୀଙ୍କ ସହାୟତାରେ ସେମାନେ ଘର ଖୋଲିବା ପରେ ସେଠାରେ ଭାଗ୍ୟବତୀ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କର ମୁଣ୍ଡକୁ ପଥରରେ ଛେଚା ଯାଇଥିବା ସହ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ଆଘାତ ଲାଗିଥିଲା । ଅନ୍ୟ ପଟେ ରମେଶଙ୍କର କୌଣସି ପତ୍ତା ନଥିଲା । ତାଙ୍କୁ ଫୋନ୍‌ରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇ ନ ଥିଲା ।

ଗୁରୁତର ଭାଗ୍ୟବତୀଙ୍କୁ ତୁରନ୍ତ ଫୁଲବାଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଭାଗ୍ୟବତୀଙ୍କ ଝିଅର ଏତାଲା କ୍ରମେ ଟାଉନ ଥାନାରେ ଏ ନେଇ କେସ ୧୬୫ା୨୧ରେ ମାମଲା ରୁଜୁ ହେବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ରମେଶ ନାୟକଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳି ନ ଥିବା ଟାଉନ ଥାନା ଅଧିକରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking