28.1 C
Bhubaneswar
Sunday, May 12, 2024
Homeଓଡିଶାଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ

ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ: ଗତ ୨୦୧୮ ମସିହାରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟଙ୍କୁୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତମାନେ ହେଲେ ଖଜୁରିପଡ଼ା ଥାନା ଅଞ୍ଚଳର ଦିଲ୍ଲୀପ ସେଠୀ ଓ ପ୍ରକାଶ ସେଠୀ । ସୂଚନା ଅନୁସାରେ, ଗତ ୨୦୧୮ ମସିହା ଜୁନ୍ ୨ ତାରିଖରେ ଏହି ଉକ୍ତ ୨ ଭଉଣୀ କୌଣସି କାମରେ ଲାଇପପଡ଼ା ବଜାରକୁ ଯାଇଥିଲେ । ସେମାନେ ସନ୍ଧ୍ୟାରେ ଯେଉଁ ଅଟୋରେ ଫେରୁଥିଲେ ଅଭିଯୁକ୍ତମାନେ ସେହ ଅଟୋର ଜଣେ ଚାଳକ ହୋଇଥିବାବେଳେ ଅନ୍ୟଜଣେ ସେଥିରେ ବସିଥିଲେ । ଦୁଇ ଅଭିଯୁକ୍ତ ଗାଁରେ ପହଞ୍ôଚବାର ପ୍ରାୟ ତିନି କିଲୋମିଟର ଦୂରରେ ଅଟୋକୁ ଅଟକାଇ ସାନ ଭଉଣୀକୁ ଗାଡ଼ି ଭିତରେ ବାନ୍ଧି ଦେଇଥିଲେ ।

ପରେ ବଡ଼ ଭଉଣୀକୁ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ବଳାତ୍କାର ପରେ ପୀଡ଼ିତାକୁ ସେଠାରେ ଛାଡି ଦେଇ ଅଭିଯୁକ୍ତମାନେ ଚାଲି ଯାଇଥିଲେ । ଏ ନେଇ ପରିବାର ପକ୍ଷରୁ ଖଜୁରୀପଡା ଥାନାରେ ଏତଲା ହେବା ପରେ ପୁଲିସ କେସ ନଂ ୪୫ା୧୮ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶୁକ୍ରବାର ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାଷ୍କର ସାହୁ ଏହି ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ଓ ବର୍ତ୍ତମାନର ସ୍ୱତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ । ପ୍ରକାଶଯେ, ଅଭିଯୁକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଅଟୋର ଚାଳକ ଓ ଅନ୍ୟଜଣେ ଅଟୋରେ ବସିଥିବା ବ୍ୟକ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking