34.1 C
Bhubaneswar
Thursday, May 9, 2024
Homeଅପରାଧଘର ଭିତରେ ଗୋଟିଏ ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା

ଘର ଭିତରେ ଗୋଟିଏ ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଗୋଟିଏ ପରିବାରର ୨ ଜଣ ଛୋଟ ଝିଅଙ୍କ ସମେତ ୯ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ରୁଷ ଦଖଲରେ ଥିବା ୟୁକ୍ରେନର ପୂର୍ବପ୍ରାନ୍ତରେ ଥିବା ଗୋଟି ଘର ଭିତରେ ଏପରି ଘଟଣା ଘଟିଛି। ପୂରା ଘଟଣା ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଉଭୟ ଦେଶର ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଛନ୍ତି।
ୟୁକ୍ରେନର ଅଧିକାରୀମାନେ ଘଟଣା ପାଇଁ ରୁଷ ସୈନ୍ୟଙ୍କୁ ଦାୟୀ କରିଛନ୍ତି। ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୁଷ ସୈନ୍ୟମାନଙ୍କୁ କାପକାନେଟ୍ସ ପରିବାର ସେମାନଙ୍କ ଘର ଦେବାକୁ ମନା କରିଥିଲେ। ଏଥିପାଇଁ ଅକ୍ଟୋବର ୨୭ରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ରୁଷର ତଦନ୍ତକାରୀ ଟିମ ଏହି ଲୋମହର୍ଷଣକାରୀ ଘଟଣାରେ ୨ ଜଣଙ୍କ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଅଟକ ଦୁଇ ସନ୍ଦିଗ୍ଧ ରୁଷ ସେନାର କର୍ମଚାରୀ। ସେମାନେ ପୂର୍ବପ୍ରାନ୍ତରେ ହିଁ କାର‌୍ୟ୍ୟ କରୁଥିଲେ। ତେବେ ସେମାନେ କାହିଁକି ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା କଲା, ସେନେଇ ତଦନ୍ତକାରୀ ଟିମ କିଛି ବି କହି ନାହିଁ।
ୟୁକ୍ରେନର ଡୋନେସ୍କ ରିଜନ ସରକାରୀ ଅଫିସର ପକ୍ଷରୁ ଘଟଣାସ୍ଥଳର ଫଟୋକୁ ଅପଲୋଡ କରାଯାଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ପରିବାରର ସଦସ୍ୟମାନେ ବେଡ୍‌ରେ ପରସ୍ପର ପାଖରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଛନ୍ତି।
ସେହିପରି କାନ୍ଥରେ ରକ୍ତ ଛିଟା ମଧ୍ୟ ରହିଛି। ଏହାର କ୍ୟାପସନ ରହିଛି ଯେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରକୁ ଗୁଳି ମାଡ଼। ଦୁଇ ଛୋଟ ଝିଅଙ୍କ ସମେତ ୯ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି।
ସେନା ପୋଷାକରେ ଥିବା କିଛି ଲୋକ ଘର ଭିତରରେ ପ୍ରବେଶ କରିବା ସହ ସେଠାରେ ରହୁଥିବା ଲୋକଙ୍କୁ ବାହାରି ଯିବାକୁ କହିଥିଲେ। ସେମାନେ ଏଠାରେ ରୁଷ ସେନାର ୟୁନିଟ ବସାଇବାକୁ ଚାହୁଁଥିଲେ। କିନ୍ତୁ ଘରର ମାଲିକ ଏଥିରେ ରାଜି ହୋଇ ନଥିଲେ। ତେଣୁ ସେମାନେ ତାଙ୍କ ପରିବାର ଲୋକଙ୍କୁ ଧମକ ଦେବା ସହ ସେମାନଙ୍କୁ ମାଡ଼ ମାରି ପଳାଇ ଯାଇଥିଲେ।
କିଛି ଦିନ ପରେ ସେନା ପୋଷାକଧାରୀମାନେ ପୁଣି ଆସିଥିଲେ ଓ ପରିବାରର ସମସ୍ତ ୯ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁଳି ମାଡ଼ ବେଳେ ପରିବାରର ଲୋକମାନେ ଶୋଇଥିଲେ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking