28.1 C
Bhubaneswar
Friday, April 26, 2024
Homeଓଡିଶାସାର୍ଟିଫିକେଟ୍ ଜାଲିଆତି ଘଟଣା : ପୁଣି ଥରେ ଆଡମିସନ୍ କଲେ ୧୨୪ ଛାତ୍ରଛାତ୍ରୀ

ସାର୍ଟିଫିକେଟ୍ ଜାଲିଆତି ଘଟଣା : ପୁଣି ଥରେ ଆଡମିସନ୍ କଲେ ୧୨୪ ଛାତ୍ରଛାତ୍ରୀ

ଜଗତସିଂହପୁର : ଜଗତସିଂହପୁର ଠାରେ ଥିବା ଏସଭିଏମ୍ ମହାବିଦ୍ୟାଳୟରେ +୩ ସାର୍ଟିଫିକେଲ୍ ଜାଲିଆତି ଘଟଣାର ୨ ବର୍ଷ ପରେ ମଧ୍ୟ ମହାବିଦ୍ୟାଳୟ କର୍ତ୍ତୃପକ୍ଷ କି ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚେତା ପଶୁ ନାହିଁ । ଏହି ଘଟଣାରେ ଇତି ମଧ୍ୟରେ ୨ରୁ ୩ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ବଦଳି ହୋଇ ଯାଇଥିଲେ ମଧ୍ୟ ଦୋଷୀଙ୍କୁ ଦଣ୍ଡ ମିଳିବା ଘଟଣା ପ୍ରତିଶ୍ରୁତି ସବୁ ପାଣିର ଗାର ସଦୃଶ ହୋଇଥିବା +୩ ପାସ୍ ଆଉଟ୍ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଥିନେଇ ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଗୁରୁବାର ଅପରାହ୍ନ ଠାରୁ ଶେଷ ନିଷ୍ପତ୍ତି ନେଇ ଦିବା ରାତ୍ର ଗଣ ଧାରଣା ଆରମ୍ଭ କରି ଦେଇଛନ୍ତି । ମାଇଗ୍ରେସନ୍ ସାର୍ଟିଫିକେଟ ମିଳିବା ସମୟ ନିର୍ଦ୍ଧାରଣ ନହେବା ଯାଏ ଦିବାରାତ୍ର ଗଣ ଧାରଣା ଦେବେ ବୋଲି ଅଧ୍ୟକ୍ଷା ନିତାରାଣୀ କରଙ୍କୁ ମଧ୍ୟ ଜଣାଇ ଦେଇଛନ୍ତି ।
ଅପର ପକ୍ଷରେ ପୁନର୍ବାର ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ଛାତ୍ର ଛାତ୍ରୀଙ୍କୁ +୩ କମନ ଫର୍ମରେ ଆଡମିସନ କରିବା ପାଇଁ ନିର୍ଦ୍ଦେଶ ଦେବା ନେଇ ସମ୍ପୃକ୍ତ ଛାତ୍ରଛାତ୍ରୀ ନିରାଶ ହୋଇ ଗୁରୁବାର +୩ ଆଡମିସନ୍ କରିଛନ୍ତି । ତେବେ ଆଡମିସନ ଫର୍ମ ଦାଖଲ ପରେ ଛାତ୍ରଛାତ୍ରୀ ମାନେ କେବେ ମାଇଗ୍ରେସନ ସାର୍ଟିଫିକେଟ ପାଇବେ ବୋଲି ଅଧ୍ୟକ୍ଷା ଶ୍ରୀମତୀ କରଙ୍କୁ ପଚାରିବାରୁ ନିଶ୍ଚୟ ମିଳିବ । କିନ୍ତୁ କେବେ ମିଳିବ କହିପାରିବେ ନାହିଁ ବୋଲି କହିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇବା ନେଇ ମହାବିଦ୍ୟାଳୟ ସମ୍ମୁଖରେ ଗଣ ଧାରଣା ଆରମ୍ଭ କରି ଦେଇଛନ୍ତି । ଏହି ଧାରଣାରେ ଜାଲି ସାଟିଫିକେଟ୍ ମିଳିଥିବା (୧୯୮୫-୮୮)+୩ ପାସ ଆଉଟ୍ ଛାତ୍ର ଛାତ୍ରୀ ଦେବାଶିଷ୍ ସ୍ୱାଇଁ, ଜେପି ପ୍ରଜ୍ଞା ପାରମାଣିକ, ମଧୁସ୍ମିତା ପଣ୍ଡା, ବିଭୂ ରଞ୍ଜନ ସ୍ୱାଇଁ, ବୀଣାପାଣୀ ଗିରି, ବିଶ୍ୱ ବିକାଶ ଜେନା, ଦେବାଶିଷ ସାମନ୍ତରାୟ, ବିଶ୍ୱଜିତ୍ ପାତ୍ର, ଦେବ ପ୍ରସାଦ ମିଶ୍ର, ନିବେଦିତା ଷଢଙ୍ଗୀ, ଶୁଭଶ୍ୱରୀ ରାଉତ, ସୁଦୀପ୍ତ ପଣ୍ଡା, ସୁଚି ଶୁଭଦର୍ଶିନୀ ଜେନା, ରଜନୀକାନ୍ତ ନୟକ, ସୁଭଜିତ୍ ଲେଙ୍କା, ସୋନାଲି ପଣ୍ଡା, ଶିଳ୍ପା ନାୟକ, ସନ୍ତୋଷୀ ବିଶ୍ୱାଳ, ଋତୁପର୍ଣ୍ଣା ମହାନ୍ତି, ଚନ୍ଦ୍ରକାନ୍ତ ମୁଦୁଲି, ଅମିତ ସ୍ୱାଇଁ, ସେକ୍ ନାଜରଉଦ୍ଦିନ, ବିଶ୍ୱଜିତ୍ ନାଥ, ଜ୍ୟୋତି ରଞ୍ଜନ ନନ୍ଦ ପ୍ରମୁଖ ଧାରଣା ଦେଇଛନ୍ତି । ଏ ସମ୍ପର୍କରେ ଅଧ୍ୟକ୍ଷା ନିତାରାଣୀ କରଙ୍କୁ ପଚାରିବାରୁ ଉଚ୍ଚ ଶିକ୍ଷା ବିଭାଗ ସହିତ ଆଲୋଚନା ସରିଛି । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ କୌଣସି କାଗଜପତ୍ର ନଥିବା ନେଇ ପିଲାମାନଙ୍କ ଠାରୁ ପୁନର୍ବାର କମନ ଆଡମିସନ ଫିଲପ କରିବା ସହିତ ସେମାନଙ୍କ +୨ ଓ ମାଟ୍ରିକର କପି ମଗାଯାଇଛି । ଏ ସମସ୍ତ କାଗଜପତ୍ର ଉଚ୍ଚ ଶିକ୍ଷା ବିଭାଗକୁ ଗଲା ପରେ ମାଇଗ୍ରେସନ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking