29.1 C
Bhubaneswar
Monday, May 6, 2024
Homeଓଡିଶା୨ଟି ପର୍ଯ୍ୟାୟରେ ଶେଷ ହେବ +୨ ଓ +୩ ନାମଲେଖା

୨ଟି ପର୍ଯ୍ୟାୟରେ ଶେଷ ହେବ +୨ ଓ +୩ ନାମଲେଖା

ଭୁବନେଶ୍ୱର: କରୋନା ଲାଗି ରାଜ୍ୟରେ ଶ୍ରେଣୀ ପାଠପଢ଼ା ବନ୍ଦ ରହିଥିବା ବେଳେ ଚଳିତବର୍ଷ ପରୀକ୍ଷା ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଛି । ପ୍ରତିବର୍ଷ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ଓ ଯୁକ୍ତ ତିନି ନାମଲେଖା ପ୍ରକ୍ର୍ରିୟା ଶେଷ ହେଉଥିବା ବେଳେ ଚଳିତବର୍ଷ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଛି । ପୂର୍ବରୁ ୩ଟି ପର୍ଯ୍ୟାୟ ପରେ ସିଟ୍ ବଳକା ରହୁଥିଲେ ସ୍ପଷ୍ଟ ନାମଲେଖା କରାଯାଉଥିଲା । ଏପରିକି ସ୍ପଷ୍ଟ ନାମଲେଖା ପରେ ଯଦି ବି କେଉଁ କଲେଜରେ ସିଟ୍ ପୁଣି ଖାଲି ପଡୁଥିଲା ତେବେ ସ୍ୱତନ୍ତ୍ର ନାମଲେଖା ବ୍ୟବସ୍ଥାରେ ସମ୍ପୃକ୍ତ ସିଟ୍‌ଗୁଡିକୁ ପୂରଣ କରାଯାଉଥିଲା । ମାତ୍ର ଚଳିତବର୍ଷ କେବଳ ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ କରାଯିବ। ବିଳମ୍ବ ହେତୁ ଏପରି ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।

+୨ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।  ସେପ୍ଟେମ୍ବର ୧୩ ତାରିଖ ପୂର୍ବାହ୍ଣ ୧୧ଟା ୩୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନାମ ଲେଖା ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ସେପ୍ଟେମ୍ବର ୨୭ ତାରିଖ ଅପରାହ୍ନରେ ୪ଟାରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ।  ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ହେବ । ଯଦି ସିଟ୍ ଖାଲି ପଡେ ତେବେ ସ୍ପଟ ଆଡମିଶନ ଅକ୍ଟୋବର ୭ରେ କରାଯିବ । ସେହିପରି ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ । ସେପ୍େଟମ୍ବର ୯ ତାରିଖ ୧୧ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ  ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ ।  ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । + ୩ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଟ୍ ନାମଲେଖା ତାରିଖ ଧାର୍ଯ୍ୟ କରାଯାଇନାହିଁ । ଫଳରେ +୩ ନାମଲେଖା ଲାଗି କେବଳ ୨ଟି ପର୍ଯ୍ୟାୟରେ ପିଲାଙ୍କୁ ସୁଯୋଗ ମିଳିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking