29.1 C
Bhubaneswar
Sunday, May 19, 2024
Homeଓଡିଶାଟାଟା ବିଏସ୍‌ଏଲ୍‌ର ମନମୁଖୀ କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦି

ଟାଟା ବିଏସ୍‌ଏଲ୍‌ର ମନମୁଖୀ କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରରୁ କଂଟାବଣିଆ ସ୍ଥିତ ଟାଟା ବିଏସ୍‌ଏଲ୍ ପକ୍ଷରୁ ସ୍ଥାନୀୟ ଜମିହରା ପ୍ରଜାଙ୍କୁ ଅଣଦେଖା କରିବା ପ୍ରତିବାଦରେ ମା’ଲଙ୍ଗବାଉତୀ ଟ୍ରକ୍ ଓ ଟ୍ରଲର୍ ମାଲିକ ସଂଘ ପକ୍ଷରୁ ସଭାପତି କୈଳାସ ନାୟକଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ନରେନ୍ଦ୍ରପୁର ଓ କଂଟାବଣିଆ ଅଂଚଳର ବିସ୍ଥାପିତମାନେ କାରଖାନା ପ୍ରତିଷ୍ଠା ହେବା ଦିନଠାରୁ ସେମାନଙ୍କ ଜୀବନଜୀବିକା ଚଳାଇବା ପାଇଁ କମ୍ପାନୀ କର୍ତୃପକ୍ଷଙ୍କ ନିକଟରେ ଅନୁରୋଧ କରିଥିଲେ ମଧ୍ୟ କଂପାନୀ କର୍ତୃପକ୍ଷ ଶୁଣୁନଥିବା, ପରବର୍ତୀ ସମୟରେ ଅଂଚଳବାସୀଙ୍କ ପକ୍ଷରୁ କାରଖାନା ମଧ୍ୟରେ ଟ୍ରକ୍ ଓ ଟ୍ରଲର ଚଳାଇବା ନିମନ୍ତେ ସୁପାରିସ କରାଯାଇଥିଲେ ମଧ୍ୟ ସେମାନଙ୍କ ଏହି ସୁପାରିଶ୍ କୁ କାରଖାନା କର୍ତୃପକ୍ଷ କର୍ଣ୍ଣପାତ କରିନଥିଲେ । ପରିବାର ପ୍ରତିପୋଷଣ ପାଇଁ ସଂପୃକ୍ତ ଅଂଚଳବାସୀ କୌଣସି ଉପାୟ ନପାଇ ହତାସ ହୋଇଥିବାବେଳେ ଟ୍ରକ୍ ଟ୍ରଲର୍ ମାଲିକ ସଂଘର ସଭାପତି ଶ୍ରୀ ନାୟକ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ତାଙ୍କ ଦବୀ ପତ୍ରରେ, କାରଖାନା ଗେଟ୍ ସମ୍ମୁଖରେ ଶହଶହ ଗାଡି ଓଭର୍ ବ୍ରିଜ୍ ଠାରୁ ଯୋରାଗାଡିଆ ପର୍ଯ୍ୟନ୍ତ ପାର୍କିଂ କରାନଯାଉ, ଜାତୀୟ ରାଜପଥ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍‌ର ବ୍ୟବସ୍ଥା କରାଯାଉ, ଜାତୀୟ ରାଜପଥରେ ଖାଲଖମଣ କାଦୁଅ ରାସ୍ତା ଦୟନୀୟ ହୋଇଥିବାରୁ ତା’ର ନିରାକରଣ ପାଇଁ ପଦକ୍ଷେପ ନିଆଯାଉ, ଜମିହରା କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ସେମାନଙ୍କ କାର୍ଯ୍ୟ ଅନୁଯାୟୀ ସମାନ ହିସାବରେ ଦରମା ଦିଆଯିବା ସହିତ ଗ୍ରାମ୍ୟ ରାସ୍ତା, ଡ୍ରେନ୍ ଓ ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯାଉ । ଏହା ବ୍ୟତୀତ ନରେନ୍ଦ୍ରପୁର ଗୋଚର ଯାଗାକୁ ଆବଧ କରି ରଖିଥିବା ମାଫିଆମାନଙ୍କ ଠାରୁ ଉକ୍ତ ଯାଗାକୁ ମୁକ୍ତ କରାଯାଉ ବୋଲି ଉଲ୍ଲେଖ କରାଯାଇଛି । ଆହୁରିମଧ୍ୟ ଟାଟା ବିଏସ୍‌ଏଲ୍ କତୃପକ୍ଷ ସେମାନଙ୍କ ଟ୍ରକ୍ ଆସୋସିଏସନ୍‌ର ଗାଡିକୁ କୌଣସି ପ୍ରକାର ପରିବହନ ସୁଯୋଗ ଦେଉନଥିବାରୁ ଟ୍ରକ୍ ଓ ଟ୍ରଲର୍ ମାଲିକ ସଂଘ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଯଦି ଏହି ଟ୍ରକ୍ ଆସୋସିଏସନ୍ ଗାଡିଗୁଡିକୁ ପରିବହନ କାର୍ଯ୍ୟରେ ସାମିଲ୍ କରାନଯାଏ ତେବେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନର ରୂପ ନେବ ଏବଂ କାରଖାନା କତୃପକ୍ଷଙ୍କ ବେପରୁଆ ମନୋଭାବ ଉପରେ ଏହା ଘୋର ପ୍ରଭାବ ପକାଇବ ବୋଲି ଟ୍ରକ୍ ମାଲିକ ସଂଘ ପକ୍ଷରୁ ଦାବୀ ପତ୍ରରେ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking