33.1 C
Bhubaneswar
Friday, April 26, 2024
Homeଅପରାଧକଟକରେ ଏନକାଉଂଟର କୁଖ୍ୟାତ ଅପରାଧୀ ବବୁଲ ଆହତ

କଟକରେ ଏନକାଉଂଟର କୁଖ୍ୟାତ ଅପରାଧୀ ବବୁଲ ଆହତ

ବାରଙ୍ଗ : କଟକ ସ୍ଥିତ ନରାଜ ବଜାର ଅଞ୍ଚଳରେ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ବାଡର ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବୁଲ୍‌ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଡକାୟତମାନେ ସ୍ଥାନୀୟ କୃଷକ ବଜାରରେ ଡକାୟତି କରିବାକୁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ କମିସନ୍‌ରେଟ୍‌ ପୁଲିସର ସ୍ୱତନ୍ତ୍ର ସ୍କ୍ଵାର୍ଡ ଭୋର୍‌ ସମୟରେ ସେମାନଙ୍କ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ପ୍ରଥମେ ଡକାୟତମାନେ ପୁଲିସ ଉପରକୁ ଗୁଳି ଚଳାଇବାରୁ ବାଧ୍ୟ ହୋଇ ପୁଲିସ ପାଲଟା ଗୁଳି ଚଳାଇଥିଲା।
ଫଳରେ କିଛି କ୍ଷଣ ପାଇଁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଡକାୟତମାନେ ପୁଲିସ ଉପରକୁ ତିନିଟି ଗୁଳି ଚଳାଇଥିଲେ।
ପୁଲିସ ଚଳାଇ ଥିବା ଗୁଳିରୁ ଦୁଇଟି ଗୁଳି ଡକାୟତ ଦଳର ମୁଖ୍ୟ ବବୁଲ୍‌ ଗୋଡ଼ରେ ବାଜିଥିଲା। ଆହତ ହୋଇ ସେ ଘଟଣାସ୍ଥଳରେ ପଡ଼ିଯିବାରୁ ଅନ୍ୟ ଦୁଇ ଜଣ ସେଠାରୁ ଖସି ପଳାଇଲେ। ଫଳରେ କିଛି କ୍ଷଣ ପାଇଁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏହି ଗୁଳିବିନିମୟରେ ଚୌଦ୍ୱାର ଥାନାର ୩ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।
ବବୁଲ୍‌ ଠାରୁ ଗୋଟିଏ ବନ୍ଧକୁ ଜବତ କରାଯାଇଛି। ବବୁଲ୍ ନାଁରେ ଏକାଧିକ ମାମଲା ରହିଛି। ସେ ଏକ ଡାକାୟତ ଗ୍ୟାଙ୍ଗ୍‌ର ମୁଖ୍ୟ ସଦସ୍ୟ ଥିଲା। ରାଜ୍ୟ ଓ ରାଜ୍ୟ ବହାରେ ଏକାଧିକ ଲୁଟ୍‌, ରାହାଜାନି ଓ ଡକାୟତି ଘଟଣାରେ ତାର ସଂପୃକ୍ତି ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking