28.1 C
Bhubaneswar
Thursday, July 10, 2025
Homeଅପରାଧସମାଧିରୁ ବାହାରିଲା ୨ ବର୍ଷ ପରେ ଶବ : ବାପା ଆଣିଲେ ହତ୍ୟା ଅଭିଯୋଗ

ସମାଧିରୁ ବାହାରିଲା ୨ ବର୍ଷ ପରେ ଶବ : ବାପା ଆଣିଲେ ହତ୍ୟା ଅଭିଯୋଗ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ମାଲିକାପଡ଼ି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାଖାପାଖି ୨ବର୍ଷର ଶବକୁ କବରରୁ ସୋମବାର ବାହାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏଫଏମଟି ଗୃହକୁ ପଠାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମାଲିକାପଡ଼ି ଗ୍ରାମର ଜେ ଏସ୍ ସେଲିବ୍ରେଟି ନାମ୍ନୀ ଜଣେ ନାବାଳିକାଙ୍କ ଝୁଲନ୍ତା ଶବ ସେ ସମୟରେ ଉଦ୍ଧାର କରାଯାଇଥିଲା। ପରେ ସମାଧି ମଧ୍ୟ କରାଯାଇଥିଲା। ମୃତ୍ୟୁର ପାଖାପାଖି ୨ବର୍ଷପରେ ମୃତା ସେଲିବ୍ରେଟିଙ୍କ ପିତା ଯିହଶୟ ନାୟକ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ।
ଏନେଇ ଶ୍ରୀ ନାୟକ ମାନବାଧିକାର କମିଶନ, ମହିଳା କମିଶନ, ମୁଖ୍ୟମନ୍ତ୍ରୀ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ଚଳିତବର୍ଷ ଜାନୁୟାରୀ ୨ ତାରିଖ ଦିନ ଘୁ.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଝିଅ ସେଲିବ୍ରେଟିଙ୍କୁ ସେହି ଗ୍ରାମର ସୁରଜିତ ନାୟକ ନାମକ ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଏନେଇ ଘୁ.ଉଦୟଗିରି ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।
ଉପଜିଲ୍ଲାପାଳ ବାଲିଗୁଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ଘୁ.ଉଦୟଗିରି ରାକେଶ କୁମାର ପାତ୍ର ମାଜିଷ୍ଟେଟ୍ ଏବଂ ଘୁ.ଉଦୟଗିରି ପୁଲିସ ଉପସ୍ଥିତିରେ ସୋମବାର ସମାଧି ଖୋଳାଯାଇ ଶବ ବାହାର କରି ବ୍ରହ୍ମପୁରକୁ ବ୍ୟବଚ୍ଛେଦ ନିମନ୍ତେ ଏଫଏମଟି ଗୃହକୁ ପଠାଯାଇଛି। ଯିହଶୟ ନାୟକଙ୍କ ଅଭିଯୋଗ ଆଧାରରେ ଘୁ.ଉଦୟଗିରି ପୁଲିସ ତଦନ୍ତ କରୁଥିବା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେଲିବ୍ରେଟିର ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଘୁ.ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking