39.1 C
Bhubaneswar
Friday, April 26, 2024
HomeUncategorized ବିପଦରେ ଗଜରାଜ: କେନ୍ଦୁଝରରେ ଗଳିତ ମୃତଦେହ ଉଦ୍ଧାର

 ବିପଦରେ ଗଜରାଜ: କେନ୍ଦୁଝରରେ ଗଳିତ ମୃତଦେହ ଉଦ୍ଧାର

 କେନ୍ଦୁଝର: ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଛି । ବଡ଼ବିଲ ରେଞ୍ଜ ଚୋରମାଲଦା ଗାଁ ନିକଟ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ପ୍ରାୟ ଏକ ସପ୍ତାହ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ଘଟଣା ସ୍ଥଳରେ ବନବିଭାଗର ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ହାତୀଟି ବୟସ ପାଖାପାଖି ୨ରୁ ୩ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହାତୀ ମୃତ୍ୟୁ ନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ପ୍ରକାଶ ଯେ, ଗତ ତିନି ମାସ ମଧ୍ୟରେ କେନ୍ଦୁଝର ବନଖଣ୍ଡ ଅଧୀନରେ ପାଞ୍ଚରୁ ଊର୍ଦ୍ଧ୍ବ ହାତୀ ମୃତ୍ୟୁବରଣ କରିଛନ୍ତି । ସମସ୍ତ ହାତୀ ଅସ୍ବାଭାବିକ ଭାବେ ମୃତ୍ୟୁବରଣ କରୁଥିବା ବେଳେ ତଳିଆ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ବନ ବିଭାଗ ଚୁପ ଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
-ଅନିଲ ନନ୍ଦ ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking