37.1 C
Bhubaneswar
Thursday, March 28, 2024
Homeଓଡିଶାକରୋନା ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

କରୋନା ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲିଛି । କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳ , ଏସପି , ମହାନଗର ନିଗମ କମିଶନର , ଭୁବନେଶ୍ୱର ଅ କଟକ କମିଶନରେଟ ପୋଲିସଙ୍କୁ ଚିଠି ଦିଆଯାଇଛି । ବିବାହ ଏବଂ ଶବ ଦାହ ବେଳେ କୋଭିଡ଼ ନିୟମ କଡ଼ା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ୍ ଅନୁମତି ନେଇ ବିବାହ କାର୍ଯ୍ୟ କରିହେବ କିନ୍ତୁ ପ୍ରୋସେସନ୍ ପାଇଁ ଅନୁମତି ଦିଆଯିବନାହିଁ । ବିବାହ କାର୍ଯ୍ୟରେ ୫୦ରୁ ଅଧିକ ବର ବା କନ୍ୟା ପକ୍ଷରୁ ଜମା ନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ୬୫ ବର୍ଷରୁ ଉର୍ଦ୍ଧ ବୃଦ୍ଧ , ୧୦ ବର୍ଷରୁ କମ୍ ପିଲା ବିବାହ ଉତ୍ସବକୁ ଯିବା ପାଇଁ ମନା କରାଯାଇଛି । ଶବ ସତ୍କାର ପାଇଁ ସ୍ଥାନୀୟ ପୋଲିସ୍ ଠାରୁ ଅନୁମତି ଆବଶ୍ୟକ ଏବଂ ଶବ ସତ୍କାର କାର୍ଯ୍ୟ ବେଳେ ୨୦ରୁ ଅଧିକ ଲୋକେ ଜମା ହୋଇ ପାରିବେ ନାହିଁ । ସମସ୍ତେ ପରସ୍ପର ମଧ୍ୟରେ ଶାରୀରିକ ଦୂରତା ରଖିବେ , ମାସ୍କ ପିନ୍ଧିବେ , ହାତ ସଫା କରିବାକୁ ବାଧ୍ୟ ବୋଲି ନିୟମ କରାଯାଇଛି । ଏହି କୋଭିଡ଼୍ ନିୟମ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking