ଭୁବନେଶ୍ୱର: ବକେୟା ବିଲ ଥିଲେ ବି ବିଦ୍ୟୁତ୍ କାଟି ପାରିବେ ନାହିଁ ବିତରକ କମ୍ପାନୀ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କଡ଼ା ନିର୍ଦ୍ଦେଶ । ହିତାଧିକାରୀଙ୍କ ବିଲ୍ ଅର୍ଥ ବାକି ଥିଲେ ମଧ୍ୟ ବିଦ୍ୟୁତ୍ ନ କାଟିବାକୁ କମ୍ପାନିକୁ କହିଛନ୍ତି କେଭି । ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଲ୍ ଅନାଦେୟ ହେଲେ ମଧ୍ୟ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବ ନାହିଁ । କୌଣସି ଡିସକମ୍ ଦ୍ବାରା କୌଣସି ଅନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ କରାଯିବା ଉଚିତ୍ ନୁହେଁ । ମରାମତି ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ ବିଦ୍ୟୁତ୍ କାଟ୍ କରାଯିବ । କିନ୍ତୁ ବିଦ୍ୟୁତ କାଟିବା ପୂର୍ବରୁ ଏସଏମଏସ ଓ ସାଧାରଣ ଠିକଣା ବ୍ୟବସ୍ଥା ଜରିଆରେ ବିଦ୍ୟୁତ କାଟ ନେଇ ବ୍ୟାପକ ଭାବେ ପ୍ରଚାର କରାଯିବା ଉଚିତ । ଚଳିତ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ତେଣୁ ସମ୍ପୃକ୍ତ ବିଭାଗ ଡିସକମକୁ ସଚେତନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଏଥିସହ ଘୋଷଣାକୁ କଡ଼ା ପାଳନ ସୁନିଶ୍ଚିତ କରିବା ପାଇଁ ଏକ ଦୃଢ଼ ବ୍ୟବସ୍ଥା ସ୍ଥାପନ କରିବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀଙ୍କ ଉପରୋକ୍ତ ଘୋଷଣାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି କେଭି ସିଂହଦେଓ ।










