ନୋଏଡା: ନୋଏଡାରେ ସୋମବାର ଦରମା ବୃଦ୍ଧି ଦାବିକୁ ନେଇ ସୃଷ୍ଟ ଶ୍ରମିକ ଅସନ୍ତୋଷ ଏକ ଭୟଙ୍କର ହିଂସାକାଣ୍ଡରେ ପରିଣତ ହୋଇଛି । ଯେଉଁଥିରେ ପ୍ରାୟ ୪୫ ହଜାର ଶ୍ରମିକ ପୋଲିସ ସହ ମୁହାଁମୁହିଁ ହେବା ସହ ବ୍ୟାପକ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ଘଟାଇଛନ୍ତି । ହରିୟାଣା ସରକାରଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନିଷ୍ପତ୍ତି ପରେ ନୋଏଡାର ୮୦ରୁ ଅଧିକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ପୁଲିସ ଏବେ ସୁଦ୍ଧା ୩୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବା ବେଳେ ରାଜ୍ୟ ଶ୍ରମମନ୍ତ୍ରୀ ଏହା ପଛରେ ପାକିସ୍ତାନୀ ହ୍ୟାଣ୍ଡଲରେ ଓ ଅଣ- ଜାତୀୟ ଶକ୍ତିଙ୍କ ନିୟୋଜିତ ଷଡଯନ୍ତ୍ର ଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି । ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ, ଦୁର୍ମୂଲ୍ୟ ବଜାର ସତ୍ତ୍ୱେ ସେମାନଙ୍କୁ ମାତ୍ର ୧୧,୦୦୦ ରୁ ୧୫ ହଜାର ଟଙ୍କା ମଧ୍ୟରେ ୧୨ ଘଣ୍ଟିଆ ଶ୍ରମ କରିବାକୁ ପଡୁଛି । ଯାହା ସେମାନଙ୍କ ଗୁଜୁରାଣ ମେଣ୍ଟ ।ଇବା ପାଇଁ ଅସମ୍ଭବ ହୋଇପଡିଛି । ନୋଏଡାର ଫେଜ-୨ ଏବଂ ସେକ୍ଟର ୬୩ ଭଳି ପ୍ରମୁଖ ଶିଳ୍ପାଞ୍ଚଳରେ ଶ୍ରମିକମାନେ ଉଗ୍ର ରୂପ ଧାରଣ କରି ଗାଡି ଗୁଡିକରେ ନିଆଁ ଲଗାଇବା ସହ ପୋଲିସ ଉପରକୁ ପ୍ରବଳ ପଥର ମାଡ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ସହରର ମୁଖ୍ୟ ରାସ୍ତାଗୁଡିକ ଟ୍ରାଫିକ ଜାମ ଯୋଗଉଁ ଅଚଳ ହୋଇପଡିଥିଲା ।










