33.8 C
Bhubaneswar
Tuesday, April 14, 2026
Homeଦେଶ ବିଦେଶଇସ୍ତଫା ଦେଲେ ନୀତିଶ କୁମାର

ଇସ୍ତଫା ଦେଲେ ନୀତିଶ କୁମାର

ପାଟଣା: ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ବିଜେପି ଜେଡିୟୁରୁ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରିପାରିବ । ବିହାରରେ ନୀତୀଶ ଶାସନର ପରିସମାପ୍ତି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। କୁହାଯାଉଛି, ନୀତୀଶ କୁମାର ନିଜେ ସମ୍ରାଟଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ସାଂସଦ ସଞ୍ଜୟ ଜୈସୱାଲଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା କରାଯାଉଛି। ଅପରାହ୍ନ ୪ଟାରେ ଏନଡିଏ ବିଧାୟକ ଦଳର ମିଳିତ ବୈଠକ ଡକାଯାଇଛି।  ବୈଠକରେ ଭବିଷ୍ୟତ ରଣନୀତି ଏବଂ ନୂତନ ସରକାରଙ୍କ ରୂପରେଖ ଚୂଡ଼ାନ୍ତ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking