କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଛେନାପଦି ଛକ ସ୍ଥିତ ମା ବିଶ୍ୱତାରିଣୀଙ୍କ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ଚଇତି ପର୍ବ ଅନୁଷ୍ଠିତ ହୋଇଛି। ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପର୍ବରେ ଗତକାଲି ରାତିରେ ଶୁଭାଦିବାସ କରାଯାଇଥିଲା । ଆଜି ସକାଳ ୫ଟା ବେଳେ ମା’ଙ୍କ ନିକଟରେ ପହିଲି ଧୂପ, ପହିଲି ଭୋଗ, ମଙ୍ଗଳ ଆଳତୀ କରାଯାଇ ପହଡ଼ ଫିଟିବା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମା’ ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଆଜି ମା ଙ୍କ ସୁନାବେଶ ହୋଇଛି। ଏହି ଅବସରରେ ମା ତାରିଣୀଙ୍କ ନିକଟରେ ହୋମଯଜ୍ଞ, ଚଣ୍ଡୀପାଠ କରାଯାଉଛି। ଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯାଉଛି।










