25.1 C
Bhubaneswar
Saturday, May 2, 2026
Homeଦେଶ ବିଦେଶଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ

ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ

ନୂଆଦିଲ୍ଲୀ: ଓଡ଼ିଶା ରାଜ୍ୟ ଗୃହ ବିଭାଗରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିବା ଜଣେ ଆଇଏଏସ୍ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ଜମି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଏବଂ ପରେ ତାଙ୍କୁ ହତ୍ୟା ଧମକ ଦେଇ ୯୫ ଲକ୍ଷ ଠକେଇ କରିଥିବା ଅଭିଯୋଗ ହୋଇଛି। ଆଇଏଏସ୍‌ ଅଧିକାରୀ ଜଣକ କଟକ ଜିଲ୍ଲା ସିଡିଏ ଅଞ୍ଚଳର ଆରାଧନା ଦାସ। ଜମି ଯୋଗାଇବାର ପ୍ରତିଶ୍ରୁତି ଦେଇ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି କମଲ କୁମାର ଭବସିଙ୍କାଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଠକିନେଇଥିଲେ। ଏପରିକି ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଅଭିଯୋଗକାରୀଙ୍କ ପତ୍ନୀ ବୀଣା ଭାବସିଙ୍କା ଦୁଇଟି ଭିନ୍ନ ତାରିଖରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାଧ୍ୟମରେ ଟଙ୍କା ପେମେଣ୍ଟ କରିଥିଲେ। ଏ ନେଇ ସିଡିଏ ଫେଜ୍ ୨ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking