32.1 C
Bhubaneswar
Friday, October 2, 2026
Homeଓଡିଶାଗଞ୍ଜାମରେ ଡାଇରିଆ ଆତଙ୍କ: ୪ ଦିନରେ ୪ ମୃତ

ଗଞ୍ଜାମରେ ଡାଇରିଆ ଆତଙ୍କ: ୪ ଦିନରେ ୪ ମୃତ

ଗଞ୍ଜାମ: ଗଞ୍ଜାମରେ ଏବେ ଡାଇରିଆ ଆତଙ୍କ । ଲଗାଣ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ ସରିନଥିବା ବେଳେ ପୁଣି କାୟ ମେଲାଇଲାଣି ଝାଡାବାନ୍ତି ସଂକ୍ରମଣ । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ମାର୍ଥାପୁର ଗାଁରେ ଝାଡାବାନ୍ତିରେ ୪ ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ଏହାକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଦୁଇ ସପ୍ତାହ ତଳେ ଗାଁରେ ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମଙ୍ଗଳବାର ରାତିରେ ଶୁଦ୍ଧକ୍ରିୟା ଭୋଜି ଖାଇବା ପରେ ୨୦ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ୪ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁରେ ଦୀର୍ଘ ଦିନ ଧରି କିଛି ନଳକୂପ ଅଚଳ ହୋଇ ପଡିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ପଡୋଶୀ ଧରାକୋଟ ବ୍ଲକ ସାବା ପଞ୍ଚାୟତର ପାଟଶାଳା ଗାଁରେ ମଧ୍ୟ ଝାଡାବାନ୍ତିରେ ଜଣେ ମୃତ ଓ ୭ ଜଣ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି । ଦୁଇ ବ୍ଲକ ସମେତ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରଶାସନ ଆଗୁଆ ପଦକ୍ଷେପ ନେବାକୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking