ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗଝରିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ୧୮ ବର୍ଷୀୟ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର ହୋଇଛି । ମୃତକାଙ୍କ ନାମ ଭଗବତୀ ସିଂ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ସେ ସାଧାରଣ ଭାବେ ଖାଇପିଇ ଶୋଇବାକୁ ଯାଇଥିଲେ ।କିନ୍ତୁ ଆଜି ସକାଳେ ଦୀର୍ଘ ସମୟ ଯାଏ ନ ଉଠିବାରୁ ପରିବାରଲୋକଙ୍କ ଶଙ୍କା ଜନ୍ମ ନେଇଥିଲା । ତାପରେ କବାଟ ଖୋଲି ଦେଖିଲା ବେଳୁ ଯୁବତୀଙ୍କୁ ଏକ ଚୁନି ସାହାଯ୍ୟରେ ଘରର ପାଟିରେ ବନ୍ଧା ଅବସ୍ଥାରେ ଝୁଲିଥିବା ଦେଖିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ତଳକୁ ଓହ୍ଲାଇଥିଲେ । କିନ୍ତୁ ସେତେବେଳେ ସେ ମୃତ ହୋଇସାରିଥିବା ଜଣାପଡିଥିଲା । ପରେ ଘଟଣା ସଂପର୍କରେ କୁତ୍ରା ପୋଲିସକୁ ସୂଚନା ଦିଆଯାଇଥିଲା ।










