ସମ୍ବଲପୁର: ସମ୍ବଲପୁରରେ ଆଜି ହେବାକୁ ଥିବା ହନୁମାନ ଜୟନ୍ତୀ ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହେବ ଶୋଭାଯାତ୍ରା । ଏହା ପୂର୍ବରୁ ପୂରା ସହରରେ ପୋଲିସ ପଇଁତରା ମାରୁଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କଡାକଡି ଯାଞ୍ଚ କରାଯାଇଛି । ଆଜି ୫୨ ପ୍ଲାଟୁନ ପୋଲିସ ଫୋର୍ସ ସହର ଜଗିବେ । ୧୮୦ରୁ ଅଧିକ ଅଫିସର ମୁତୟନ ରହିବେ । ବିଭିନ୍ନ ସ୍ଥାନରେ ପୁଲିସ ଆଉଟ ପୋଷ୍ଟ କରାଯାଇଛି । ସୁରକ୍ଷା ପାଇଁ ଡ୍ରୋନ ଓ ସିସିଟିଭି କ୍ୟାମେରାର ବ୍ୟବହାର କରାଯିବ । ଏହା ସହିତ ଶାନ୍ତିଶୃଙ୍ଖଳା ରକ୍ଷା କରି ହନୁମାନ ଜୟନ୍ତୀରେ ସାମିଲ ହେବାକୁ ନିବେଦନ କରିଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୂ । ଅନ୍ୟପଟେ କେନ୍ଦ୍ରାପଡାରେ ହନୁମାନ ଜୟନ୍ତୀ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ପୁଲିସ ଫ୍ଲାଗ ମାର୍ଚ୍ଚ । ଆଜି ବଜରଙ୍ଗ ଦଳ ପକ୍ଷରେ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବ । ଏହି ଶୋଭାଯାତ୍ରା ଇଚ୍ଛାପୁରରୁ ବାହାରି, ତିନି ମୁହାଣି ଯାଏ ପହଞ୍ଚିବ । ଏଣୁ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଦୁଇ ଜଣ ଆଡିସନାଲ ଏସପି, ୮ ଜଣ ଡିଏସପି, ୧୯ ଜଣ ଆଇଆଇସି, ୧୪ ପ୍ଲାଟୁନ ଫୋର୍ସ, ୨୦୦ ଗୃହରକ୍ଷୀ ମୁତୟନ କରାଯାଇଛି ।










