31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମହଙ୍ଗା ହେବ ଖାଇବା ତେଲ: ଏପ୍ରିଲରେ ଆମଦାନୀ ୧୩ % ହ୍ରାସ

ମହଙ୍ଗା ହେବ ଖାଇବା ତେଲ: ଏପ୍ରିଲରେ ଆମଦାନୀ ୧୩ % ହ୍ରାସ

ନୂଆଦିଲ୍ଲୀ: ଦେଶରେ ମହଙ୍ଗାଇ ଏକ ନୂତନ ଉଚ୍ଚତାରେ ପହଞ୍ଚିଛି । ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ପନିପରିବା ଓ ଖାଇବା ତେଲ ମହଙ୍ଗା ମାଡରେ ସାଧାରଣର ଲୋକଙ୍କୁ କନ୍ଦାଉଥିବା ବେଳେ ପୁଣି ଥରେ ମହଙ୍ଗା ହେବାକୁ ଯାଉଛି ଖାଇବା ତେଲ । ଏପ୍ରିଲ୍ ମାସରେ ସଲଭେଣ୍ଟସ ଏକ୍ସଟ୍ରାକ୍ଟର ଆସୋସିଏସନ୍ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଖାଇବା ତେଲ ଆମଦାନୀ ପ୍ରାୟ ୧୩% ହ୍ରାସ ପାଇଛି । ଏପ୍ରିଲରେ ୯୧୧୮୪୬ ଟନ୍ ଖାଇବା ତେଲ ଆମଦାନୀ କରାଯାଇଥିବା ବେଳେ ବିଗତ ବର୍ଷ ଏପ୍ରିଲରେ ଏହି ସଂଖ୍ୟା ୧୦୨୩୩୪୭ ଟନ୍ ରହିଥିଲା । ଏଡିବଲ ଅଏଲ(ଖାଇବା ତେଲ) ଆମଦାନୀ ୧୦,୨୯,୯୧୨ଟନ୍‌ରୁ ୯ଲକ୍ଷ ୮୫ ଟନକୁ ହ୍ରାସ ପାଇଥିବା ବେଳେ ନନ୍ ଏଡିବଲ ଅଏଲ (ବିଭିନ୍ନ ସାମଗ୍ରୀ ପସ୍ତୁତିରେ ବ୍ୟବହୃତ) ଆମଦାନୀ ୨୩ ହଜାର ୪୩୫ ଟନ୍‌ରୁ ୧୧୭୬୧ ଟନ୍‌କୁ ହ୍ରାସ ପାଇଛି । ଆମଦାନୀ ହେଉଥିବା ତେଲର ପରିମାଣ ହ୍ରାସ ପାଇଥିବା ବେଳେ ଏହା ପରୋକ୍ଷରେ ବଜାରକୁ ପ୍ରଭାବିତ କରିବ । ଫଳରେ ମହଙ୍ଗା ଥିବା ଖାଇବ ତେଲର ଦରଦାମ ଆଉଥରେ ଆକାଶ ଛୁଇଁବ ।

ବିଗତ ୬ ମାସର ତଥ୍ୟକୁ ଅନୁଶୀଳନ କଲେ ଭାରତର ତେଲ ଆମଦାନୀ ବଢିଛି । ନଭେମ୍ବର ୨୦୨୧ରୁ ଏପ୍ରିଲ୍ ୨୦୨୨ ମଧ୍ୟରେ ଭାରତର ତୈଳ ଆମଦାନୀ ପ୍ରାୟ ୪%ବୃଦ୍ଧି ପାଇଛି । ବିଗତ ବର୍ଷର ଏହି ସମୟରେ ପ୍ରାୟ ୬୪ ଲକ୍ଷ ୨୮ହଜାର ୩୫୦ ଟନ୍ ତେଲ କିଣାଯାଇଥିବା ବେଳେ ଚଳିତ ବର୍ଷ ୬୭ ଲକ୍ଷ ୭ହଜାର ୫୭୪ ଟନ୍ ତେଲ ରପ୍ତାନୀ କରାଯାଇଛି । ଏପ୍ରିଲ୍ ୨୮, ୨୦୨୨ ପରଠାରୁ ଇଣ୍ଡୋନେସିଆ ପକ୍ଷରୁ ପାମ୍ ଅଏଲ୍ ରପ୍ତାନୀ ଉପରେ ରୋକ୍ ଲଗାଯାଇଛି । ଏହି କାରଣରୁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି । ଭାରତ ସମୁଦାୟ ୬ରୁ ୬.୫ ଲକ୍ଷ ପାମ୍ ଅଏଲ୍ ଆମଦାନୀ କରିଥାଏ। ଏହା ମଧ୍ୟରୁ ପ୍ରାୟ ୩ ଲକ୍ଷ ଟନ୍ ପାମୋଲିନ୍ କେବଳ ଇଣ୍ଡୋନେସିଆ ରପ୍ତାନୀ କରିଥାଏ । ତେବେ ଇଣ୍ଡୋନେସିଆରୁ ନୈରାଶ୍ୟଜନକ ଖବର ଆସିବା ପରେ ତୈଳ ଦର ଭୟଙ୍କର ଭାବରେ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking