39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଯୁଦ୍ଧ ଅପେକ୍ଷା ଅଧିକ ପ୍ରାଣ ନେଉଛି ଦୁର୍ଘଟଣା: ଭି.କେ. ସିଂ

ଯୁଦ୍ଧ ଅପେକ୍ଷା ଅଧିକ ପ୍ରାଣ ନେଉଛି ଦୁର୍ଘଟଣା: ଭି.କେ. ସିଂ

ନୂଆଦିଲ୍ଲୀ: ଯୁଦ୍ଧଠାରୁ ଦୁର୍ଘଟଣାରେ ଅଧିକ ଲୋକେ ଭାରତରେ ପ୍ରାଣ ହରାଉଛନ୍ତି । ଆସୋଚାମ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଜେନେରାଲ ଭି.କେ ସିଂ କହିଛନ୍ତି ଯେ ସଡକ ସୁରକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ସରକାର ସମାଧାନ କରିବା ଆବଶ୍ୟକ । ଭାରତରେ ପ୍ରତିବର୍ଷ ପ୍ରାୟ ୧.୩୫ ଲକ୍ଷ ଲୋକେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି, ଯାହା ଏକ ଯୁଦ୍ଧ ବିଭୀଷିକାଠୁ ଅଧିକ । ଏହା ଦୁଖଃର ବିଷୟ ଯେ ରୋଡ଼ ସୁରକ୍ଷା କଥା ବର୍ଷରେ କେବଳ ଥରେ ମାତ୍ର ଚିନ୍ତ କରାଯାଇଥାଏ । ସିଂ କହିଛନ୍ତି ଯେ ଆମର ସଡ଼କ ସୁରକ୍ଷା ସପ୍ତାହ ରହିଛି ଯାହାକୁ ଆମେ ଏକ ସପ୍ତାହରୁ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛୁ ।

ଏହାକୁ ବାସ୍ତବରେ ୩୬୫ ଦିନକୁ ବୃଦ୍ଧି କରିବା ଉଚିତ୍ । କାରଣ ବିପଦ ଏକ ସପ୍ତାହ କିମ୍ବା ଏକ ମାସ ମଧ୍ୟରେ ସୀମିତ ନାହିଁ । ଏହା ସହ ସେ କହିଛନ୍ତି ଯେ, ଅଟୋମୋବାଇଲ ନିର୍ମାତା ଏହି ବିଷୟରେ କୌଣସି ବୈପ୍ଳବିକ ପ୍ରଯୁକ୍ତିବିଦ୍ୟା ଆଣିବା ଉଚିତ । ଯାହା ଗାଡ଼ି ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ । ତେବେ ସଡ଼କ ଦୁର୍ଘଟଣା ଗୁଡ଼ିକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି । ଯେପରିକି ଉନ୍ନତି ଇଞ୍ଜିନିୟରିଂ ବ୍ୟବହାର କରି ରୋଡ଼ର ସ୍ଥିତିରେ ସୁଧାର ଆଣିବା ଏବଂ ଶେଷ ଅପହଞ୍ଚ ଇଲାକା ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା ପହଞ୍ଚାଇବା ଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରିହେବ ବୋଲି ସିଂ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking