39.1 C
Bhubaneswar
Friday, April 26, 2024
Homeଓଡିଶାମାଲକାନଗିରିରେ ଭୂ-କମ୍ପ ଝଟ୍‌କା,ଫାଟିଲା ଘର,କୋଠା ବାଡ଼ି

ମାଲକାନଗିରିରେ ଭୂ-କମ୍ପ ଝଟ୍‌କା,ଫାଟିଲା ଘର,କୋଠା ବାଡ଼ି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ହୋଇଥିବା ଜଣାପଡ଼ିଛି । ମୃଦୁ ଭୂମିକମ୍ପ ଅନୁଭୂତ ହେବା ଫଳରେ ଲୋକେ ଭୟରେ ଆତଙ୍କିତ ହୋଇପଡ଼ିଥିବା ଜଣାପଡ଼ିଛି । ଭୂମିକମ୍ପର କେନ୍ଦ୍ର ଛତିଶଗଡ଼ର ଦକ୍ଷିଣ-ପଶ୍ଚିମ ଜଗଦଲପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଆଜି ଦିନ ୧୧ଟା ୧୫ ମିନିଟ୍ ସମୟରେ ପ୍ରାୟ ୨ରୁ ୩ ସେକେଣ୍ଡ ଯାଏଁ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହା ଜାଣିବାମାତ୍ରେ ଘରୁ ଲୋକେ ବାହାରି ପଡ଼ି ରାସ୍ତା ଉପରକୁ ଚାଲି ଆସିଥିଲେ । ଏହି ଭୂମିକମ୍ପର ପ୍ରଭାବ ମାଲକାନଗିରି ଜିଲ୍ଲାର ଖଇରପୁଟ, ମାତିଲି ଏବଂ କୋରକୋଣ୍ଡା ଅଞ୍ଚଳରେ ପରିଲକ୍ଷିତ ହୋଇଛି ।ଏହାଛଡ଼ା କୋରାପୁଟ ଜିଲ୍ଲାର ବୈପାରିଗୁଡ଼ାରେ ବି ଏହାର କୁପ୍ରଭାବ ଦେଖିବାକୁ ମିଳିଛି । ଏଥିଯୋଗୁ କିଛି ଘରର କାନ୍ଥ ଫାଟି ଯାଇଛି ।
https://onakhabar.com/2020/03/21/the-young-lady-was-hit-by-an-auto-driver/
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking