33.1 C
Bhubaneswar
Monday, May 6, 2024
Homeଓଡିଶାଇ-ଯାନ ପଲିସିକୁ କ୍ୟାବିନେଟ ମୋହର

ଇ-ଯାନ ପଲିସିକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ଇ-ଯାନ ପଲିସି ଉପରେ କ୍ୟାବିନେଟ ମୋହର ଲାଗିଛି । ଇଲେକ୍ଟ୍ରି ଯାନ କିଣିଲେ ଏଥିରେ ଏବେ ରିହାତି ମିଳିବ । ଉତ୍ପାଦନକାରୀ କମ୍ପାନୀ, ଯାନ ବ୍ୟବହାରକାରୀଙ୍କୁ ମିଳିବ ରିହାତି  । ଗାଡି ପଂଜୀକରଣ ଦେୟ ଓ ରୋଡ ଟ୍ୟାକ୍ସରେ ମଧ୍ୟ ଛାଡ କରାଯିବ । ୨୦୨୫ ସୁଦ୍ଧା ସମସ୍ତ ଯାନର ୨୦ ପ୍ରତିଶତ ଇ ଯାନ ପାଇଁ ବ୍ୟବସ୍ଥା ହେବ ।
ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାକୁ ଆସିବ ପଲିସି । ଓଡିଶା ସ୍ୟାଣ୍ଡ ମାଇନିଂ ପଲିସିକୁ କ୍ୟାବିନେଟ ମୋହର ଲାଗିଛି । ଓଡିଶା ଭେଟେରିନାରୀ ସର୍ଭିସ କ୍ୟାଡର ସଂଶୋଧନକୁ ମଂଜୁରୀ ମିଳିଛି । ଆଉ ୪୨୯ ପଦବୀ ବଢିବ । ୧୪୮୧ ପଦବୀରୁ ବଢି ୧୯୧୦ ହେବ । ଏଡେଡ କଲେଜ ରିଟାୟାର ବେନିଫିଟ ସ୍କିମକୁ ବି କ୍ୟାବିନେଟରେ ମଂଜୁରୀ ମିଳିଛି । କଲେଜ ଅଧ୍ୟକ୍ଷ ଏଣିକି ଷ୍ଟାଫଙ୍କ ପ୍ରୋଭିଜନାଲ ପେନସନ କରିପାରିବେ । ଆଂଚଲିକ ନିର୍ଦ୍ଦେଶକ କଲେଜ ଅଧ୍ୟକ୍ଷମାନଙ୍କ ପେନସନ କରିପାରିବେ । ଓଡିଶା ଆଦର୍ଶ ବିଦ୍ୟାଳୟ ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ନିଷ୍ପତ୍ତି  ହୋଇଛି । ଏଣିକି ବ୍ଲକ ପକ୍ଷରୁ ସ୍କୁଲର ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking