38.1 C
Bhubaneswar
Friday, April 26, 2024
Homeଓଡିଶାଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା : ୨ ଦିନରେ ୩ ଜଣଙ୍କୁ ଜେରା

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା : ୨ ଦିନରେ ୩ ଜଣଙ୍କୁ ଜେରା

କଟକ : ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାରେ ଏକ ୱେବପୋର୍ଟାଲର ଦୁଇ ସାମ୍ବାଦିକଙ୍କୁ ଗତକାଲି ଜେରା କରାଯାଇଥିଲା ବେଳେ ଆଜି କଟକର ଅନ୍ୟଜଣଙ୍କୁ ମଙ୍ଗଳାବାଗ ପୁଲିସ ଜେରା କରିଛି । ଦୀର୍ଘସମୟ ଧରି ୩ ଜଣଙ୍କୁ ଘଟଣା ସଂକ୍ରାନ୍ତରେ ଅନେକ ପ୍ରଶ୍ନ ପୁଲିସ ପଚରାଉଚରା କରିଥିଲା । ବିଶେଷକରି ଦୁଷ୍ମନ୍ତଙ୍କ ସହିତ ୩ ଜଣ ଫୋନରେ ରୀତିମତ ଯୋଗସୂତ୍ରରେ ରହିବା ସଂପର୍କରେ ସୂଚନା ପାଇ ଏଭଳି ତନାଘନା କରିଛି । ୱେବପୋର୍ଟାଲର ଦୁଇ ଜଣ ପ୍ରତିନିଧି ଅସିତ ରାଉତ ଓ ଦିପ୍ତୀ ସେଠୀଙ୍କ ସହିତ କଟକ ଦୀପ୍ତି ରଂଜନ ସାହୁଙ୍କୁ ଜେରା କରିଛି । ଏମାନେ ନିୟମିତ ଦୁଷ୍ମନ୍ତଙ୍କ ସହିତ ଯୋଗସୂତ୍ରରେ ରହୁଥିଲେ ବୋଲି ଜଣାପଡିଥିଲା । ଏହାଛଡା ଉଭୟ ଅସିତ ରାଉତ ଓ ଦିପ୍ତୀ ସେଠୀ ବରାବର ଦୁଷ୍ମନ୍ତଙ୍କ ଖବର ପ୍ରସାରଣ କରୁଥିଲେ । ତେଣୁ ମଙ୍ଗଳାବାଗ ପୁଲିସ ସମନ ଜାରି କରିବା ପରେ ବୁଧବାର ଉଭୟ ଆଇନଜୀବୀଙ୍କ ସହ ଥାନାରେ ହାଜର ହୋଇଥିଲେ । କାହିଁକି ଦୁଷ୍ମନ୍ତଙ୍କ ସହିତ ରୀତିମତ ଯୋଗସୂତ୍ରରେ ରହିଥିଲେ ସେନେଇ ସେମାନଙ୍କୁ ପଚରା ଉଚରା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking