31.1 C
Bhubaneswar
Tuesday, May 7, 2024
Homeଓଡିଶାପେସାରେ ଡ୍ରାଇଭର, ନିଶାରେ ଚୋର

ପେସାରେ ଡ୍ରାଇଭର, ନିଶାରେ ଚୋର

ଭୁବନେଶ୍ୱର : ପେସାରେ ଅଟୋ ଡ୍ରାଇଭର । ହେଲେ ନିଶା ଥିଲା ବୁଲିବୁଲି ଚୋରି କରିବା । ଦିନରେ ଅଟୋ ଭଡ଼ା କରିବା ସହ ରାତିରେ ଘରଘର ପଶି ଚୋରି କରନ୍ତି । ଏଭଳି ଧରଣର ଚୋରଗ୍ୟାଙ୍ଗ୍‌କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତ ସହ ୨ଜଣଙ୍କୁ ପୁଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏୟାରପୋର୍ଟ ଥାନା ଅନ୍ତର୍ଗତ ଭିମପୁର ମୌଜାର ସୁକାନ୍ତ ନାୟକ(୩୨) ଓ ସହିଦନଗର ଥାନା ବାଙ୍କୁଆଳ ବସ୍ତିର ବିକି ଓରଫ ପ୍ରୀୟସିସ୍ ସାହାଣୀ(୨୪) । ଏମାନଙ୍କ ଠାରୁ ଗୋଟିଏ କାର୍‌, ୬ଟି ଲାପଟପ୍‌, ୨ଟି କ୍ୟାମେରା, ଚୋରିରେ ବ୍ୟବହୃତ ୨ଟି ସ୍କୁଟି ଓ ଗୋଟିଏ ଅଟୋ ଜବତ କରାଯାଇଛି । ତେବେ ଏଥିରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଚିତ୍ରା ଓରଫ ଚି.ରଞ୍ଜନ ଦଳାଇକୁ ଏକ ଚୋରି ମାମଲାରେ ଖାରବେଳନଗର ଥାନା ପୁଲିସ ଗୁରୁବାର ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସୁକାନ୍ତ ନାମରେ ନୟାପଲ୍ଲୀ ଓ ଖାରବେଳନଗର ଥାନାରେ ଗୋଟିଏ ଲେଖାଏଁ ମାମଲା, କ୍ୟାପିଟାଲ ଥାନାରେ ୧୫ଟି, ଏୟାରଫିଲ୍ଡରେ ଗୋଟିଏ, ଏୟାରପୋର୍ଟରେ ୨ଟି ମାମଲା ରହିଛି ।

ସୂଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ସୁକାନ୍ତର ଏକ ଅଟୋ ଅଛି । ସୁକାନ୍ତ ବିଶେଷ କରି ଏୟାରପୋର୍ଟରୁ ଭଡାରେ ଆଣୁଥିବା ଯାତ୍ରୀମାନଙ୍କୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଛାଡ଼ିଥାଏ । ଯାତ୍ରୀମାନଙ୍କୁ ଛାଡିବା ସମୟରେ ସେହି ଅଞ୍ଚଳରେ ଥିବା ଘର ବୁଲି ଦେଖେ । ରାତିରେ ଚୋରି କିପରି କରିହେବ, କେଉଁ ଉପାୟରେ କରିହେବ ସେନେଇ ଯୋଜନା ପ୍ରସ୍ତୁତ କରିଥାଏ । ଏହି ଚୋରିରେ ତାକୁ ବିକି ଓ ଚିତ୍ରା ସହଯୋଗ କରନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏମାନେ ଚୋରି କରୁଥିଲେ ମଧ୍ୟ ପୁଲିସ ଏମାନଙ୍କୁ ଧରିବାରେ ବିଫଳ ହେଉଥିଲା । ତେବେ ଏମାନେ ଜୁନ୍ ୨୪ ରାତି ପ୍ରାୟ ୩ଟା ସମୟରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଭିଆଇପି କଲୋନୀରେ ସୁକାନ୍ତ ନାୟକଙ୍କ ଥିବା ଏକ ଅଫିସରେ କେହିନଥିବା ଦେଖି ତାଲା ଭାଙ୍ଗି ପଶିଥିଲେ । ଅଫିସରେ ଥିବା ୨ଟି କ୍ୟାମେରା, ୬ଟି ଲାପଟପ୍ ବିଭିନ୍ନ ସାମଗ୍ରୀ ସମେତ ଗୋଟିଏ କାରକୁ ନେଇଯାଇଥିଲେ । ଏଥିସହ ଅଫିସରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ବି ନେଇଯାଇଥିଲେ । ଏନେଇ ଅଭିଯୋଗକ୍ରମେ ନୟାପଲ୍ଲୀ ପୁଲିସ କେସ୍ ନଂ ୩୦୭/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking