29.1 C
Bhubaneswar
Sunday, May 5, 2024
Homeଅପରାଧସ୍ତ୍ରୀର ଚରିତ୍ର ସନ୍ଦେହରେ ସ୍ୱାମୀର ନାରକୀୟ କାଣ୍ଡ

ସ୍ତ୍ରୀର ଚରିତ୍ର ସନ୍ଦେହରେ ସ୍ୱାମୀର ନାରକୀୟ କାଣ୍ଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୁଲତାନପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ନାରକୀୟ କାଣ୍ଡ । ଛୁଆ ସମ୍ମୁଖରେ ମାଆକୁ ହତ୍ୟା । ସ୍ତ୍ରୀ ଗଳା କାଟି ନିର୍ମମ ହତ୍ୟା କଲା ସ୍ୱାମୀ । ଘଟଣାସ୍ଥଳ ଦେଇ ଯାଉଥିବା ପାଟ୍ରୋଲିଂ ଦଳ ପହଞ୍ଚି ହତ୍ୟାକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ୨୦୦୮ ମସିହାରେ ଉନ୍ନାଓ ଜିଲ୍ଲାର ସଫିପୁର ନିବାସୀ ଦୀନେଶ ଚନ୍ଦ୍ର ମିଶ୍ରଙ୍କ ପୁଅ ରାହୁଲ ମିଶ୍ର (୩୭ ବର୍ଷ)ଙ୍କ ପ୍ରେମ ବିବାହ ହୋଇଥିଲା । ମହିଳା ଜଣକ ରାୟବରେଲିର ମିଲ୍ ଥାନା ଅଞ୍ଚଳର ବାସିନ୍ଦା ଥିଲେ । ରାହୁଲ ତାଙ୍କ ପରିବାର ସହିତ ଲକ୍ଷ୍ନୌରେ ରହୁଥିଲେ । ଶନିବାର ଦିନ ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଏକ କାର୍ରେ ଲକ୍ଷ୍ନୌ ଛାଡ଼ି ରାୟବରେଲି ଅଭିମୁଖେ ଯାଇଥିଲେ । କିନ୍ତୁ ସେଠାକୁ ଯିବା ପରିବର୍ତ୍ତେ ସେ କାର ନେଇ ପୁର୍ବାଞ୍ଚଳ ଏକ୍ସପ୍ରେସୱେରେ ପହଞ୍ଚି କାରଟିକୁ ମଜେଶ ଛକ ନିକଟରେ ପାର୍କିଂ କରିଥିଲେ । ଏହା ପରେ ସେ ନିଜ ପତ୍ନୀଙ୍କୁ ଉଭୟ ଶିଶୁଙ୍କ ସମ୍ମୁଖରେ ଗଳା କାଟି ହତ୍ୟା କରିଥଲେ । ଏହା ପରେ ଘଣ୍ଟାଘଣ୍ଟା ଧରି ମୃତଦେହ ଏବଂ ଦୁଇ ପିଲାଙ୍କ ସହ କାରରେ ବସିଥିଲେ । ଘଟଣାସ୍ଥଳ ଦେଇ ଯାଉଥିବା ଟଚଓଊଇର ପାଟ୍ରୋଲିଂ ଦଳ ସନ୍ଦେହଜନକ ପଚରାଉଚରା କରିବାକୁ ଆସିଥିବା ବେଳେ କାରରେ ମୃତଦେହ ଦେଖି ହତ୍ୟାକାରୀକୁ ଗିରଫ କରିଥିବା ଜଣାପଡିଛି । ଅନ୍ୟପଟେ ରାହୁଲ ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ଆରମ୍ଭରୁ ସନ୍ଦେହ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା କହିଛନ୍ତି ମହିଳାଙ୍କ ବାପା ।

ସେହିପରି ଘଟଣାକୁ ନେଇ ଥାନାଧିକାରୀ ରମେଶ କୁମାର କହିଛନ୍ତି ଯେ, ଉନ୍ନାଓ ଜିଲ୍ଲାର ବାସିନ୍ଦା ରାହୁଲ ମିଶ୍ର ତାଙ୍କ ପତ୍ନୀଙ୍କ ସହ ପୁର୍ବାଞ୍ଚଳ ଏକ୍ସପ୍ରେସୱେକୁ ଆସୁଥିଲେ । ରାହୁଲ ତାଙ୍କ ଦୁଇ ପିଲାଙ୍କ ସାମ୍ନାରେ କାରରେ ତାଙ୍କ ପତ୍ନୀଙ୍କୁ ଗଳା କାଟି ହତ୍ୟା କରିଥିଲେ । ଟଚଓଊଇର ପାଟ୍ରୋଲିଂ ଦଳ ସେଠାରେ ପହଞ୍ଚିବା ପରେ ସେମାନେ ଗାଡିଟିକୁ ସନ୍ଦେହଜନକ ଅବସ୍ଥାରେ ଦେଖି ତଦନ୍ତ ପାଇଁ ଏହା ନିକଟରେ ପହଞ୍ଚିଥିଲେ । ଯେତେବେଳେ ପୋଲିସ ଟିମ୍ ତାଙ୍କୁ କାର ଖୋଲିବାକୁ କହିଥିଲେ ପ୍ରଥମେ ସେ କାର୍ ଖୋଲି ନଥିଲେ । ଏହା ପରେ କୌଣସି ପ୍ରକାରେ କାର ଡୋର୍ ଖୋଲିଥିଲା ଅଭିଯୁକ୍ତ । କାରରେ ଥିବା ଉଭୟ ଶିଶୁ ନିଜ ପିତାଙ୍କ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ତେବେ କୁନି ଝିଅର ବୟସ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟ ଶିଶୁର ବୟସ ୫ ବର୍ଷ ହୋଇଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ତେବେ ରାହୁଲଙ୍କ ଶ୍ୱଶୁର ତାଙ୍କ ଝିଅର ହତ୍ୟା ପାଇଁ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ଉଭୟ ଶିଶୁଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking