30.1 C
Bhubaneswar
Thursday, May 9, 2024
Homeଗଣେଶ ପୂଜା -୨୦୨୩ଗଣେଶ ଉତ୍ସବରେ ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ନଚେତ୍‌ ଜୀବନରେ ଆସିପାରେ ନାନା...

ଗଣେଶ ଉତ୍ସବରେ ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ନଚେତ୍‌ ଜୀବନରେ ଆସିପାରେ ନାନା ବାଧାବିଘ୍ନ

ବ୍ୟୁରୋ : ଗଣପତିଙ୍କ ଜନ୍ମଦିନକୁ ଗଣେଶ ପୂଜା ଭାବେ ପାଳନ କରାଯାଏ। ବୁଦ୍ଧି, ଧନ, ସୌଭାଗ୍ୟଦାତା ତଥା ସବୁ ସଙ୍କଟ ହରଣ କରୁଥିବା ଗଣପତି | ଗଣେଶ ଉତ୍ସବ ଭାଦ୍ରବ ଶୁକ୍ଳ ଚତୁର୍ଥୀରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଲିବ।

ଦେଶର ବିଭିନ୍ନ ସ୍ଥାନରେ ଖୁବ୍‌ ଆନନ୍ଦ ଉତ୍ସାହର ସହ ଗଣେଶ ପୂଜା ପାଳିତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗଣେଶ ପୂଜା ଦିନଠୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ୧୦ ଦିନ ମଧ୍ୟରେ କି କି କାମ କରିବା ଅନୁଚିତ। ଏହି ବାରଣ କରାଯାଇଥିବା କାମ କଲେ ଜୀବନରେ ନାନା ବାଧାବିଘ୍ନ ଆସିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି …

  • ଗଣେଶ ଉତ୍ସବ ୧୦ଦିନ ଯାକ ପିଆଜ, ରସୁଣ, ଆମିଷ ଭଳି ତାମସିକ ଭୋଜନ ଓ ମଦ ସେବନରୁ ବିରତ ରୁହନ୍ତୁ। ଚତୁର୍ଥୀ ଦିନ ଭୁଲରେ ବି ଏସବୁ ଜିନିଷର ସେବନ କରନ୍ତୁ ନାହିଁ।
  • ଚତୁର୍ଥୀ ଦିନ ଚନ୍ଦ୍ରଙ୍କୁ ଦର୍ଶନ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ଯଦି ଏହି ଦିଗ ଭୁଲରେ ଜହ୍ନ ଦର୍ଶନ କରିଦିଅନ୍ତି, ତେବେ ତଳୁ ଏକ ଗୋଡ଼ି ଉଠାଇ ପଛକୁ ଫିଙ୍ଗି ଦିଅନ୍ତୁ।
  • ଭଗବାନ ଗଶେଶଙ୍କ ପୂଜାରେ ନୀଳ ଓ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଏହି ଦିନ ଲାଲ ଓ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ସବୁଠୁ ଉତ୍ତମ ହୋଇଥାଏ।
  • ଏହି ଦିନ ସ୍ୱାମୀ-ସ୍ତ୍ରୀ ସଂଯମତା ରକ୍ଷା କରିବା ଉଚିତ।
  • ଚତୁର୍ଥୀ ଦିନ କୌଣସି ପଶୁ ପକ୍ଷୀଙ୍କୁ ଆଦୌ ହଇରାଣ କରନ୍ତୁ ନାହିଁ। କାରଣ ଗଣେଣ ପଶୁ ପକ୍ଷୀଙ୍କୁ ଖୁବ୍‌ ଭଲ ପାଆନ୍ତି। ସେମାନେ ବିରକ୍ତ ହେଲେ ଗଣପତି ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି।
  • ଗଣେଶଙ୍କୁ କଦାପି ତୁଳସୀ ଅର୍ପଣ କରନ୍ତୁ ନାହିଁ। ଭଗବାନ ବିରକ୍ତ ହୋଇଥାନ୍ତି।
  • ଗଣେଶ ଚତୁର୍ଥୀ ଦିନ ମିଛ କହିବା ମହାପାପ ହୋଇଥାଏ। ଏହି ଦିନ ମିଛ କହିଲେ ଧନହାନି ହୁଏ।
  • ଗଣେଶଙ୍କର ପୁରୁଣା ମୂର୍ତ୍ତି ପୂଜା କରନ୍ତୁ ନାହିଁ କି ଘରେ ଦୁଇଟି ଗଣେଣ ମୂର୍ତ୍ତି ରଖନ୍ତୁ ନାହିଁ।
  • ଗଣେଶଙ୍କୁ ପୂଜା-ଆରାଧନା କରିବା ବେଳେ ଆଖପାଖରେ ଯଥେଷ୍ଟ ଆଲୋକ ରଖନ୍ତୁ। କାରଣ ଠାକୁରଙ୍କୁ ଅନ୍ଧାରରେ ଦର୍ଶନ କରିବା ଅଶୁଭ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking