27.1 C
Bhubaneswar
Friday, May 10, 2024
Homeଗଣେଶ ପୂଜା -୨୦୨୩ଧରାପୃଷ୍ଠରେ ବିଘ୍ନ ବିନାଶକଙ୍କ ଅବତରଣ...

ଧରାପୃଷ୍ଠରେ ବିଘ୍ନ ବିନାଶକଙ୍କ ଅବତରଣ…

ବ୍ୟୁରୋ : ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା । ପୁରାଣ ଓ ଶାସ୍ତ୍ର ଅନୁଯାୟୀ, ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଗାଁ ଠାରୁ ସହର ଅଗ୍ରପୂଜ୍ୟଙ୍କ ଆଗମନ ପାଇଁ ଉତ୍ସବ ମୁଖର । ସାରା ଦେଶରେ ବିଘ୍ନରାଜଙ୍କ ଆବାହନ। ଧରାପୃଷ୍ଠରେ ବିଘ୍ନ ବିନାଶକଙ୍କ ଅବତରଣ । ସେଥ୍‌ପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ ଚଳଚଞ୍ଚଳ। ସମସ୍ତଙ୍କ ମନରେ ଉତ୍ସାହ । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ରାଜ୍ୟର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ଵ ରହିଛି । ପବିତ୍ର ଗଣେଶ ଚତୁର୍ଥୀ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଧୁମଧାମରେ ପାଳନ ହେଉଛି । ଏଥୁସହ ଗଣେଶ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଘଣ୍ଟ, ବାଜା ବାଜଣା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ସେହିପରି ଆଜିର ଦିନରେ ଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରି ଖଡି ଛୁଇଁଥାନ୍ତି ଛୋଟ ଛୋଟ ପିଲା। ଗଣେଶ ପୂଜା ପାଇଁ ରାଜଧାନୀରେ ମଧ୍ଯ ଧୁମଧାମରେ ପାଳନ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking