36.1 C
Bhubaneswar
Monday, May 20, 2024
Homeଓଡିଶାରେଢାଖୋଲ ୫୫ନଂ ଜାତୀୟ ରାଜପଥ ମରାମତି ଦାବି ନେଇ ରାସ୍ତାରୋକ୍

ରେଢାଖୋଲ ୫୫ନଂ ଜାତୀୟ ରାଜପଥ ମରାମତି ଦାବି ନେଇ ରାସ୍ତାରୋକ୍

ରେଢ଼ାଖୋଲ : ରାସ୍ତା ପାଇଁ ରାସ୍ତା ଅବରୋଧ। ଆଜି ସକାଳ ୬ଟାରୁ ୫୫ ନମ୍ବର ଜାତୀୟ ରାଜପଥ ରେଢାଖୋଲ ଭୀମଭୋଈ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି  । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମଡ଼ର ଅଟକି ରହିଥିବା ଦେଖିବାକୁ ମିଳିଛି  । ରେଢାଖୋଲ ନାଗରିକ କମିଟି ପକ୍ଷରୁ ଏହି ରାସ୍ତାରୋକ କରାଯାଇଥିବା ଜଣାପଡିଛି  । ଜାତୀୟ ରାଜପଥ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବା ସହ ରାସ୍ତା ଗୁଡିକ ମରାମତି ଦାବି କରାଯାଇଛି  ।ଅନୁଗୁଳ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ୪ ଲେନ୍ ରାସ୍ତା ଦାବିରେ ଏହି ଧାରଣା ଦିଆଯାଇଛି। ୨୦୧୭ରୁ ନିର୍ମାଣ କାମ ଆରମ୍ଭ ହୋଇଛି  । ହେଲେ  ଆଜି ପର୍ଯ୍ୟନ୍ତ ରାସ୍ତା କାମ ସରିବାର ନାଁ ଧରୁନି  । ଏହାକୁ ନେଇ ରେଢାଖୋଲ ନାଗରିକ କମିଟି ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଛି  । ହେଲେ କିଛି ସୁଫଳ ମିଳିନି  । ଫଳରେ ବାଧ୍ୟ ହୋଇ ଆଜି ୧୨ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି  । ଏବଂ ଯଦି ଖୁବ୍ ଶୀଘ୍ର ଦାବି ପୂରଣ ନହୋଇଛି , ତେବେ ତୀବ୍ର ଆନ୍ଦୋଳନର ଚେତାବନୀ ମିଳିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking