30.1 C
Bhubaneswar
Thursday, May 9, 2024
Homeଗଣେଶ ପୂଜା -୨୦୨୩ଗଣେଶ ପୂଜା : ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର

ଗଣେଶ ପୂଜା : ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର

ବ୍ୟୁରୋ :  ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ | ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଆଜିର ଦିନରେ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କ ପୂଜା କରାଯାଏ । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଇବେ ବିଘ୍ନହର୍ତ୍ତା। ଆଦିଦେବଙ୍କ ଆରାଧନାରେ ବିଭୋର ହେବେ ଭକ୍ତ। ନାନା ରୂପରେ ଅବତିର୍ଣ୍ଣ ହେବେ ପ୍ରଭୁ ଶ୍ରୀ ଗଣେଶ। ବିଭିନ୍ନ ଗଣେଶ ପୀଠ ଗୁଡ଼ିକରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ ଆଉ କିଛ ସମୟ ଅପେକ୍ଷା । ବେଦ ଧ୍ବନୀରେ ପ୍ରକମ୍ପିତ ହେବ ଗଗନ ପବନ । ଧୂପ ଦୀପ ଝୁଣା ଓ ନୈବେଦ୍ୟର ମୋହନୀୟ ମହକ ଭିତରେ ଆର୍ବିଭୂତ ହେବେ ପ୍ରଭୁ ଶ୍ରୀ ଗଣେଶ । ସର୍ପ ଗଣେଶ, ସିଂହ ଗଣେଶ, ଚକେଲଟ ଗଣେଶ । ଯିଏ ଯେମିତି ସଜାଇଛି ପ୍ରଭୁ ସେମିତି ଶୋଭାବର୍ଦ୍ଧନ କରିବେ । ସ୍କୁଲଠୁ ଆରମ୍ଭ କରି ଗାଁ ଛକ, ବିଭିନ୍ନ ପ୍ରତିଷ୍ଠାନ ଓ ସହରରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଗଣେଶ ପୂଜା । ଏଥିପାଇଁ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି ନିଆରା ଭକ୍ତିପୂତ ଉତ୍ସାହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking