37.1 C
Bhubaneswar
Monday, May 20, 2024
Homeଓଡିଶାପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ପଡିଲେ ଯୁବକ, କାରଣ ଅସ୍ପଷ୍ଟ

ପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ପଡିଲେ ଯୁବକ, କାରଣ ଅସ୍ପଷ୍ଟ

ସମ୍ବଲପୁର : ସମ୍ବଲପୁରରେ ଚାଞ୍ଚଲ୍ୟକର ଘଟଣା ଘଟିଛି  ।  ଚାଉଁରପୁର ପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ  । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି  ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫୋନରେ କଥା ହେବା ପରେ ସେ ପୋଲ ଉପରୁ ପାଣିକୁ ଡେଇଁ ପଡିଥିବା ସୂଚନା ମିଳିଛି। ତେବେ କାହିଁକି ପାଣିକୁ ଡେଇଁଲେ ତାହାର କାରଣ ଖୋଜୁଛି ପୋଲିସ ।ଘଟଣା ଘଟିବା ସମୟରେ ବହୁ ଲୋକ ମର୍ଣ୍ଣିଂ ଓ୍ବାକ୍ କରୁଥିଲେ  । ସେମାନେ ବ୍ୟକ୍ତି ଜଣଙ୍କୁ ଅଟକାଇବାକୁ ବହୁ ଚେଷ୍ଟା କରିଥିଲେ  । ତଥାପି ନିରାଶ ହୋଇଥିଲେ । ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି  । ଘଟଣାସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିଙ୍କର କେହି ପରିବାର ଲୋକ ମଧ୍ୟ ପହଞ୍ଚିନାହାନ୍ତି । ତେବେ ଉକ୍ତ ଗାଡିଟି ସମ୍ବଲପୁର ଆରଟିଓରେ ସୁରେନ୍ଦ୍ର ମିଶ୍ର ନାମକ ବ୍ୟକ୍ତିଙ୍କ ନାଁରେ ପଞ୍ଜୀକୃତ ହୋଇଥିବା ଜଣାପଡିଛି  । ହେଲେ ନଦୀକୁ ଡେଇଁ ପଡିଥିବା ଯୁବକ ଜଣକ ସୁରେନ୍ଦ୍ର ମିଶ୍ର କି ନୁହେଁ , ତାହା ଏ ପର୍ଯ୍ୟନ୍ତ ଜଣାପଡିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking