40.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟମକା ଖାଇବା ପରେ ସଙ୍ଗେ ସଙ୍ଗେ ପାଣିପାଣି ପିଉଛନ୍ତି କି ? ତେବେ ସାବଧାନ...

ମକା ଖାଇବା ପରେ ସଙ୍ଗେ ସଙ୍ଗେ ପାଣିପାଣି ପିଉଛନ୍ତି କି ? ତେବେ ସାବଧାନ…

ଭୁବନେଶ୍ୱର : ମକା ଶରୀର ପାଇଁ ବହୁତ ଉପକାରୀ। ତେବେ ବେଳେ ବେଳେ ଏହା ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ। ମକା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇଲେ ହିଁ ଶରୀରକୁ କ୍ଷତି ପହଞ୍ଚିଥାଏ। ମକା ଖାଇ ସଙ୍ଗେ ସଙ୍ଗେ ପାଣି ପିଇଲେ ପେଟରେ ବିଭିନ୍ନ ସମସ୍ୟା ଦେଖାଦିଏ। ବିଶେଷ କରି ପେଟ ଫୁଲି ଯାଏ ଓ ଦରଜ ହୋଇଥାଏ। ଗ୍ୟାଷ୍ଟିକ୍‌ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏମିତି ହେବା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମକା ଖାଇବା ପରେ ପାଣି ପିଇବା ଦ୍ୱାରା ପାଚନ କ୍ରିୟାରେ ବାଧା ଉପୁଜିଥାଏ।  ପାଚନ କ୍ରିୟା ବହୁତ ମନ୍ଥର ହୋଇଯାଏ। ମକାରେ ଥିବା କାର୍ବୋସ ଓ ଷ୍ଟାର୍ଚ ପାଣି ସଂସ୍ପର୍ଶରେ ଆସିବା ପରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ। ଫଳରେ ପେଟ ଫୁଲିଯାଏ ଓ ଏସିଡିଟି ଭଳି ସମସ୍ୟା ଦେଖାଯାଏ। ତେଣୁ ମକା ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, ମକା ଖାଇବା ଓ ପାଣି ପିଇବା ମଧ୍ୟରେ ଅତି କମ୍‌ରେ ୪୫ ମିନିଟ୍‌ର ସମୟ ବ୍ୟବଧାନ ରହିବା ଉଚିତ୍। ଏହା ବ୍ୟତୀତ ଆଉ ଏକ ଭଲ ଉପାୟ ହେଉଛି- ମକାରେ ଲେମ୍ବୁ ରସ ଲଗାଇ ଖାଆନ୍ତୁ। ଲେମ୍ବୁ ପାଚନ କ୍ରିୟାକୁ ଭଲ ରଖିଥାଏ। ପୋଡ଼ା କିମ୍ବା ସିଝା ମକାକୁ ବେଶି ସମୟ ରଖି ଖାଆନ୍ତୁ ନାହିଁ। କାରଣ ଏହାକୁ ଅଧିକ ସମୟ ଧରି ରଖିଥିଲେ ଏଥିରେ ହାନିକାରକ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବଢ଼ିଯାଏ ଏବଂ ଏହା ଅନେକ ରୋଗର କାରଣ ସାଜିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking