32.1 C
Bhubaneswar
Thursday, May 2, 2024
Homeଓଡିଶାଗାଳିଗୁଲଜର ପ୍ରତିବାଦକୁ ନେଇ ମାରଣାନ୍ତକ ଆକ୍ରମଣ

ଗାଳିଗୁଲଜର ପ୍ରତିବାଦକୁ ନେଇ ମାରଣାନ୍ତକ ଆକ୍ରମଣ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ୍ଡଗପ୍ରସାଦ ଅଚଂଳରେ ଦିନକୁ ଦିନ ମଦ୍ୟପଙ୍କ ରାଜୁତି ବଢିବାରେ ଲାଗିଛି। ଏଥିପ୍ରତି ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ଖଡ୍ଡଗ ପ୍ରସାଦ ଅଚଂଳରେ ଗାଳିଗୁଲଜର ପ୍ରତିବାଦ କରିବାକୁ ଯାଇ ଜଣେ ମଦ୍ୟପର ଆକ୍ରମଣର ଶିକାର ହୋଇଛନ୍ତି । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗ ଥାନା ଅନ୍ତର୍ଗତ ଖଡ୍ଡଗପ୍ରସାଦ ଅଚଂଳରେ ମଦ୍ୟପ ମାନେ ଗାଳିଗୁଲଜ କରୁଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ସେହି ଗ୍ରାମର ପିଂଟୁ ଦଳେଇ ଓ ସନ୍ଦୀପଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସନ୍ଦୀପ ଉତ୍‌କ୍ଷିପ୍ତ ହୋଇ ପିଂଟୁଙ୍କ ଏକ ଖଣ୍ଡାରେ ମାରଣାନ୍ତକ ଆକ୍ରମଣ କରିଥିଲେ ।

ପିଂଟୁଙ୍କ ମୁଣ୍ଡରେ ଖଣ୍ଡା ଚୋଟ ଯୋଗୁଁ ମୁଣ୍ଡଟି ଗଭୀର ଆଘାତ ହୋଇଥିବା ହେତୁ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଫଳରେ ଅଭିଯୋଗ ମୁତାବକ ମୋଟଙ୍ଗା ଥାନା ଅଧିକାରୀ ସନ୍ଦିପଙ୍କୁ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking