27.8 C
Bhubaneswar
Friday, April 19, 2024
Homeଓଡିଶାସାମୁଦ୍ରିକ ଝଡ ୟାଶ୍‌କୁ ନେଇ ଅଗ୍ନିଶମ ବାହିନୀର ପ୍ରସ୍ତୁତି

ସାମୁଦ୍ରିକ ଝଡ ୟାଶ୍‌କୁ ନେଇ ଅଗ୍ନିଶମ ବାହିନୀର ପ୍ରସ୍ତୁତି

ଢେଙ୍କାନାଳ : ସମ୍ଭାବ୍ୟ ସାମୁଦ୍ରିକ ଝଡ ୟାଶ୍ ଢେଙ୍କାନାଳରେ ସେତେଟା ପ୍ରଭାବ ଆଶଙ୍କା ନଥିଲେ ମଧ୍ୟ ଏହାର ମୁକାବିଲା ନିମନ୍ତେ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏପରିକି ଜିଲ୍ଲାରେ ୧୦ ଟି ଫାୟାର ଷ୍ଟେସନ ରହିଥିବା ବେଳେ ସେମାନଙ୍କୁ ନେଇ ୧୧ ଟି ଗଠନ କରାଯାଇଛି । ପ୍ରତ୍ୟେକ ଦଳ ପାଇଁ ସ୍ୱତନ୍ତ୍ର ଗାଡିର ସୁବିଧା ସହିତ ଦୁଇଟି ପାୱାର କଟର ସାଙ୍ଗକୁ ବିଭିନ୍ନ ଆନୁଷଙ୍ଗିକ ସାମଗ୍ରୀକୁ ପ୍ରସ୍ତୁତ କରିଛନ୍ତି । ସେହିପରି କିଛି ବପର୍ଯ୍ୟୟ ହେଲେ ପ୍ରାଥମିକ ଭାବେ ରାସ୍ତା ଘାଟ ସଫା ଉପରେ ଗୁରୁତ୍ୱ ଦିଆଯିବା ସହ ଜନସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ବୋଲି ଅଗ୍ନିଶମ ବାହିନୀର ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ପଡୋଶୀ ଜିଲ୍ଲା ଯାଜପୁରରେ ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଏକ ସାତ ଜଣିଆ ଦଳକୁ ପଠାଇଥିବା ସୁଚନା ଦେଇଛନ୍ତି । ଅପର ପକ୍ଷରେ ସେପରି ବିପର୍ଯ୍ୟୟ ହେଲେ ସମସ୍ତେ ନିଜକୁ କିପରି ଆଗଭର ହୋଇ କାର୍ଯ୍ୟରେ ଲାଗି ପଡିବେ ବୋଲି ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking