36.1 C
Bhubaneswar
Thursday, May 2, 2024
Homeଓଡିଶାମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷାରେ ଦେଖାଦେଲା ବିଭ୍ରାଟ,ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଳିଲା ଏକ୍ସ ରେଗୁଲାର ପ୍ରଶ୍ନପତ୍ର

ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷାରେ ଦେଖାଦେଲା ବିଭ୍ରାଟ,ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଳିଲା ଏକ୍ସ ରେଗୁଲାର ପ୍ରଶ୍ନପତ୍ର

କଟକ: ଆରମ୍ଭ ହୋଇଯାଇଛି ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା । ହେଲେ ପ୍ରଶ୍ନ ପତ୍ରକୁ ନେଇ ଦେଖାଦେଇଛି ବିଭ୍ରାଟ । ମଙ୍ଗଳବାର କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ପରୀକ୍ଷାରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା । ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସହ ବି ହୋଇଥିଲା । ତେବେ ତୃଟି ସଂଶୋଧନ ଲାଗି ସ୍କୁଲ କତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଥିଲେ ମଧ୍ୟ ପରୀକ୍ଷା କେନ୍ଦ୍ରରେ କିଛି ସମୟ ଲାଗି ହୋ ହାଲ୍ଲା ହୋଇଥିଲା ।
ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ୍ ମଧ୍ୟରେ ତୃଟି ଧରା ପଡ଼ିଯିବା ପରେ କେନ୍ଦ୍ର ପରିଚାଳକ ତୁରନ୍ତ ପଦକ୍ଷେପ ନେଇଥିଲେ । ପ୍ରଶ୍ନପତ୍ରଗୁଡ଼ିକୁ ଅଦଳ ବଦଳ କରାଯିବା ସହିତ ପରୀକ୍ଷାର୍ଥୀମାନଙ୍କୁ ଅଧିକ ସମୟ ଦିଆଯାଇଥିଲା ବୋଲି ସୁପରି ଟେଣ୍ଡେ କହିଥିଲେ । କିନ୍ତୁ ଏଭଳି ବିଭ୍ରାଟକୁ ନେଇ ଅଭିଭାବକମାନେ ବୋର୍ଡ କତ୍ତୃପକ୍ଷଙ୍କୁ ଲିଖିତ ଭାବେ ନିଜର ଆପତ୍ତି ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, କଟକ କଲେଜ ଛକର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଚଳିତ ବର୍ଷ ୧୧ଜଣ ପରୀକ୍ଷାର୍ଥୀ ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking