38.8 C
Bhubaneswar
Friday, April 19, 2024
Homeମନୋରଞ୍ଜନଜଣାଶୁଣା ଫିଲ୍ମ ସମାଲୋଚକ ରସିଦ ଇରାନୀଙ୍କ ପରଲୋକ

ଜଣାଶୁଣା ଫିଲ୍ମ ସମାଲୋଚକ ରସିଦ ଇରାନୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଜଗତର ଜଣାଶୁଣା ସମାଲୋଚକ ରସିଦ ଇରାନୀଙ୍କର ୭୪ବର୍ଷରେ ଦେହାନ୍ତ ହୋଇଛି । ଅଗଷ୍ଟ ୨ତାରିଖରେ ରସିଦଙ୍କର ଘର ବାଥରୁମ୍‌ରୁ ମୃତ ଦେହ ମିଳିଛି । ରସିଦ ଇରାନୀ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ରସିଦ ହୁଏତ ଜୁଲାଇ ୩୦ରେ ଦକ୍ଷିଣ ମୁମ୍ବାଇ ନିକଟ ଧୋବିତାଲାବରେ ଥିବା ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥାଇ ପାରନ୍ତି ବୋଲି ରସିଦଙ୍କର ଜଣେ ଘନିଷ୍ଠ ବନ୍ଧୁ ରଫିକ ଇଲିୟାସ କହିଛନ୍ତି ।
ରଫିକ ଆହୁରି ମଧ୍ୟ କହିଛନ୍ତି କି, ‘ଏହା ଅତ୍ୟନ୍ତ ଦୁଃଖଦ ଖବର । ଶୁକ୍ରୁବାର ସକାଳେ ସ୍ନାନ କରିବା ସମୟରେ ସେ ମୃତ୍ୟୁ ବରଣ କରଥିôବେ କାରଣ ତାଙ୍କ ମୃତ ଶରୀର ବାଥ୍‌ରୁମ୍‌ରୁ ହିଁ ମିଳିଥିଲା । ଆମେ ଭାବୁଥିଲୁ ଯେ ସେ ସହରରୁ ବାହାରକୁ ଯାଇଛନ୍ତି ତେଣୁ ଆମେ ଆଶା କରୁଥିଲୁ ସେ ଫେରିଆସିବେ । କିନ୍ତୁ ଯେତେବେଳେ ଏପରି କିଛି ଘଟିଲା ନାହିଁ, ଆମେ ଚିନ୍ତିତ ହେବାକୁ ଲାଗିଲୁ ଏବଂ ଆମେ ପୋଲିସକୁ ଡାକି କବାଟ ଖୋଲିବା ପାଇଁ କହିଥିଲୁ ।’ ରଫିକଙ୍କ ଅନୁଯାୟୀ ରସିଦ ଇରାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା ଏବଂ ଗତ ବର୍ଷ ତାଙ୍କୁ କରୋନା ମଧ୍ୟ ହୋଇଥିଲା । ତେବେ ରସୀଦଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନାହିଁ ।
ମୁମ୍ବାଇ େ୦ପ୍ରସ୍ କ୍ଳବ୍‌, କରଣ ଜୋହରଙ୍କ ସମେତ ଅନ୍ୟ ବଲିଉଡ କଳାକାରମାନେ ମଧ୍ୟ ରସୀଦ ଇରାନୀଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି । ତେବେ ରସିଦ ଇରାନୀଙ୍କର ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking