29.1 C
Bhubaneswar
Monday, May 6, 2024
Homeଓଡିଶାସପ୍ତଶର୍ଯ୍ୟା ପୀଠର ଉନ୍ନତିକରଣ ନେଇ ରାଜପରିବାର ପକ୍ଷରୁ ଦାବୀ

ସପ୍ତଶର୍ଯ୍ୟା ପୀଠର ଉନ୍ନତିକରଣ ନେଇ ରାଜପରିବାର ପକ୍ଷରୁ ଦାବୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସପ୍ତଶର୍ଯ୍ୟାର ଉନ୍ନତିକୁ ନେଇ ଅଂଚଳବାସୀ ଦାବୀ କରିଛନ୍ତି । ପୀଠ ସ୍ଥଳୀକୁ ଯାଇଥିବା ରାସ୍ତା ଏବ ସପ୍ତଶର୍ଯ୍ୟା ଗ୍ରାମର ବିଭିନ୍ନ ରାସ୍ତାର ଉନ୍ନତି ନେଇ ଦାବି ହୋଇଛି । ପୀଠରେ ଉନ୍ନତ ମାନର ଯାତ୍ରୀ ବିଶ୍ରାମଗାର, ପ୍ରାକୃତିକ ଝରଣାକୁ ପ୍ରଦୁଷଣ ମୁକ୍ତ କରିବା, ମନ୍ଦିର ଚତୁର୍ପାଶ୍ୱର ଉନ୍ନତି କରଣ ନିମନ୍ତେ ମନ୍ଦିର ପରିଚାଳନାରେ ରାଜପରିବାର, ଢେଙ୍କାନାଳ ସହର ତଥା ସପ୍ତଶର୍ଯ୍ୟା ପଂଚାୟତର ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଦାବୀ କରିଛନ୍ତି ।

ସୂଚନା ଅନୁଯାୟୀ, ପୁର୍ବତନ ବିଧାୟିକା ରାଜମାତା ରତ୍ନପ୍ରଭା ଦେବୀ ୧୯୫୬ ମସିହା ଏପ୍ରିଲ ୧୮ ତାରିଖରେ ପ୍ରଭୁ ଶ୍ରୀ ରାମଙ୍କର ଗୋଟିଏ ପ୍ରତିମୃତି କୁଡିଆଘରେ ସ୍ଥାପନ କରିଥିଲେ । ପରେ ବୃନ୍ଦାବନରୁ ବର୍ତମାନ ପୁଜିତ ହେଉଥିବା ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ଏହି ମନ୍ଦିରର ରକ୍ଷଣା ବେକ୍ଷଣ ନିମନ୍ତେ ରାଜପରିବାର ପକ୍ଷରୁ ରାଜମାତା ରତ୍ନପ୍ରଭା ଦେବୀ ୧୦୪ ଏକର ଜମି ଦାନ କରିଥିଲେ । ଦେବୋତର ବିଭାଗର ପ୍ରଚେଷ୍ଟାରେ ପୀଠରେ ରାସ୍ତା ଓ ପାବଛ ନିର୍ମାଣ କରାଯାଇଥିଲା । ମାତ୍ର ୧୯୭୪ ମସିହାରେ ଏହି ପୀଠକୁ ସଂପୁର୍ଣ୍ଣ ଭାବେ ଦେବୋତର ବିଭାଗକୁ ହସ୍ତାନ୍ତର କରିଥିଲେ । ଇତି ମଧ୍ୟରେ ୪୫ ବର୍ଷ ବତି ଯାଇଥିଲେ ମଧ୍ୟ ଏହି ପୀଠର ଉନ୍ନତି ହେଉନଥିବା ନେଇ ରାଜପରିବାର ପକ୍ଷରୁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking