30.1 C
Bhubaneswar
Wednesday, April 24, 2024
Homeଓଡିଶାବେଙ୍ଗାଲୁରୁରେ ଫସି ରହିଛନ୍ତି ୬ ନାବାଳକ, ଫେରାଇ ଆଣିବାକୁ ପରିବାରର ନିବେଦନ

ବେଙ୍ଗାଲୁରୁରେ ଫସି ରହିଛନ୍ତି ୬ ନାବାଳକ, ଫେରାଇ ଆଣିବାକୁ ପରିବାରର ନିବେଦନ

ପାରଳାଖେମୁଣ୍ଡ  :  ମୋହନା ବ୍ଲକ ଓଡିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ । ଏଠାରେ ୩୯ ପଞ୍ଚାୟତ ଥିବାବେଳେ ଆଦିବାସୀ ଓ ଦଳିତବର୍ଗର ବହୁ ଅଧିବାସୀ ବାସ କରନ୍ତି । ଆର୍ଥିକ ଅଭାବରୁ ଅନେକ ଲୋକ କାମଧନ୍ଦା ଅନ୍ୱେଷଣରେ ଦାଦନ ଖଟିବାକୁ କେରଳ, କର୍ଣ୍ଣାଟକ, ବେଙ୍ଗାଲୁରୁ, ହାଇଦ୍ରାବାଦ, ନୂଆଦିଲ୍ଲୀ, ଗୋଆ, ଗୁଜୁରାଟ ଆଦି ବିଭିନ୍ନ ସହରକୁ ଦାଦନ ଖଟିବାକୁ ଯାଇଥାନ୍ତି । କିନ୍ତୁ ଅଧିକାଂଶ ସେଠାରେ ନିର୍ଯାତନା ସହୁଥିବା ଦେଖିବାକୁ ମିଳୁଛି । ବ୍ଲକର ପି.ଗୋବିନ୍ଦପୁର ଗ୍ରାମ ଖ୍ରୀଷ୍ଟିଆନ ସାହିର ୬ନାବାଳକ ବେଙ୍ଗାଲୁରୁରେ ଫସିରହିବା ଓ ସେମାନଙ୍କୁ ଫେରାଇ ଆଣିବାକୁ ପରିବାରର ନିବେଦନରୁ ଦାଦନ ସମସ୍ୟା କିଭଳି ତାହା ସ୍ପଷ୍ଟ ହୋଇଛି ।
ଗତ ଫେବୃଆରୀ ମାସରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗ୍ରାମର ପ୍ରଶାନ୍ତ ଦୋରା ନାମକ ଜଣେ ଦଲାଲ କୌଣସି ଏକ କମ୍ପାନୀରେ ଅଧିକ ଅର୍ଥ ମିଳିବ ଓ ଚାକିରି କରାଇଦେବା ପ୍ରଲୋଭନ ଦେଖାଇଥିଲେ ।

ନାବାଳକଙ୍କ ପରିବାରବର୍ଗଙ୍କ ଅଜାଣତରେ ବେଙ୍ଗାଲୁରୁ ନେଇ ଯାଇଥିଲେ । ସେଠାରେ ଏକ କମ୍ପାନୀରେ କାମ ଦେବାପରେ ନାବାଳକମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ । ପୁଣି ଅନ୍ୟ ଏକ କମ୍ପାନୀରେ କାମ ଦେବାର ବାହାନା କରି ଅନ୍ୟତ୍ର ନେଇ ଯାଉଥିବା ବେଳେ ବେଙ୍ଗାଲୁରୁ ରେଳଷ୍ଟେସନରେ ସମସ୍ତ ନାବାଳକଙ୍କୁ ସେଠିକାର ଚାଇଲ୍ଡ ଲାଇନ୍ କର୍ମଚାରୀ ଉଦ୍ଧାର କରିଥିଲେ । ଘଟଣାସ୍ଥଳରୁ ଦଲାଲ ପ୍ରଶାନ୍ତ ଫେରାର ହୋଇ ଯାଇଥିଲେ । ସମସ୍ତ ନାବାଳକଙ୍କୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରି ବେଙ୍ଗାଲୁରୁ ସରକାରୀ ଶିଶୁଭବନରେ ରଖାଯାଇଛ । ସମ୍ପୃକ୍ତ ନାବାଳକଙ୍କ ପରିବାର ସେଠାରେ ପହଞ୍ôଚ ସେମାନଙ୍କୁ ଅନୁରୋଧ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସମସ୍ତ ପ୍ରମାଣ ଓ ତଥ୍ୟ ମିଳିବା ପରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ । ସେଠାରୁ ଫେରି ମୋହନା ଚାଇଲ୍ଡ ଲାଇନରେ ଅଭିଭାବକମାନେ ଲିଖିତ ଅଭିଯୋଗ କରିଛନ୍ତି ।

ନାବାଳକମାନଙ୍କ ପରିବାର ବର୍ଗ ଅତ୍ୟନ୍ତ ଗରୀବ ଓ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସହାୟତା କରି ତୁରନ୍ତ ନାବାଳକ ଶିଶୁ ମାନଙ୍କୁ ଉଦ୍ଧାର କରି ଗ୍ରାମକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି । ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସହ ଯୋଗାଯୋଗ କରିବାରୁ ସେ ସରକାରଙ୍କ ନିୟମ ଓ ଗାଇଡ୍‌ଲାଇନ୍ ଅନୁସାରେ ସମସ୍ତ କାମ କରାଯାଇ ଶିଶୁ ମାନଙ୍କୁ ଯଥାଶୀଘ୍ର ସେଠାରୁ ଅଣାଯିବ ବୋଲି ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ମୋହନା ଚାଇଲ୍ଡ ଲାଇନ୍ ଟିମ୍ ଲିଡର ଅନୀତା କୁମାରୀ ନାୟକ କହିଛନ୍ତି ଜିଲ୍ଲା ପ୍ରଶାସନ, ଶିଶୁ ମଙ୍ଗଳ ସମିତି ଓ ସ୍ଥାନୀୟ ପୁଲିସ ସହାୟତାରେ ଖୁବ୍‌ଶୀଘ୍ର ନାବାଳକମାନଙ୍କୁ ବେଙ୍ଗାଲୁରୁ ଫେରାଇ ଆଣାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking