38.1 C
Bhubaneswar
Wednesday, May 1, 2024
Homeଓଡିଶାଢେଙ୍କାନାଳ ଜିଲ୍ଲାରେ ଚାଷୀ ଆନ୍ଦୋଳନ ତିବ୍ରତର

ଢେଙ୍କାନାଳ ଜିଲ୍ଲାରେ ଚାଷୀ ଆନ୍ଦୋଳନ ତିବ୍ରତର

ଢେଙ୍କାନାଳ : ରାଜ୍ୟସରକାର ଧାନ କିଣାର ଧାର୍ଯ୍ୟ ଲକ୍ଷ ପୁରଣ ହୋଇଯାଇଥିବା କହି ହଠାତ୍ ଢେଙ୍କାନଳ ଜିଲ୍ଲାରେ ଚାଲୁଥିବା ସମସ୍ତ ମଣ୍ଡିକୁ ବନ୍ଦ କରିଦିଆଯାଇଛି । ଫଳରେ ଜିଲ୍ଲାର ହଜାର ହଜାର ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିନପାରି ଦଃଖରେ ଭାଙ୍ଗି ପଡିଛନ୍ତି । ଏହାକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଭାବନୀୟ ଘଟଣା ଘଟିଥିବା ବେଳେ ଚାଷୀମାନେ ରାଜରାସ୍ତାକୁ ଓହ୍‌ଲାଉଛନ୍ତି । ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ସମଗ୍ର ଚାଷୀକୁଳ ନିନ୍ଦା କରିବା ସହିତ ଜିଲ୍ଲା ଯୋଗାଣ ବିଭାଗ ସମୁଖରେ ଥିବା ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହାକୁ ନେଇ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା ଶତାଧିକ ଗାଡି ।

ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗ୍ରାମର ଚାଷୀ ପ୍ରାଣବନ୍ଧୁ ରାଉତ କୁହନ୍ତି, ଗଁଦିଆ, ସଦର, ଓଡାପଡା, ହିନ୍ଦୋଳ ଓ କାମାକ୍ଷାନଗର ବ୍ଲକ ଅଧିନରେ ଟୋକନ ପାଇଥିବା ହଜାର ହଜାର ଚାଷୀ ଖରିଫ ଧାନ ବିକ୍ରି କରିପାରୁନାହାନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାର ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀ ଜଣାଇବାକୁ ଆସିଥିଲେ ହେଲେ ସେ ତାଙ୍କୁ ଦେଖି କୌଣସି ଯବାବ ନଦେଇ ଉଠି ପଳାଇଥିଲେ । ରାଜ୍ୟ ସରକାର ଧାନ କିଣା ବନ୍ଦ କରିଦେବା ଦ୍ୱାରା ଦଲାଲମାନେ ତାଙ୍କର କାୟା ବିସ୍ଥାର କରିବାରେ ଲାଗିଲେଣି । ଏହାର ତୁରନ୍ତ ସମାଧାନ ନହେଲେ ଚାଷୀ ଆନ୍ଦୋଳନ ତୀବ୍ର ରୁପ ନେବା ସହିତ ସମଗ୍ର ଚାଷୀ ରାଜରାସ୍ତାରେ ଆତ୍ମାହୁତୀ ଦେବେ ବୋଲି ସେ କହିଛନ୍ତି । ମାତ୍ର ଏ ସଂକ୍ରାନ୍ତରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ପଚାରିବାରୁ ସେ କୁହନ୍ତି ଯେ, ରାଜ୍ୟ ସରକାର ଦେଇଥିବା ଟାର୍ଗେଟ ପୁରଣ ହୋଇ ଯାଇଛି । ମାତ୍ର ଜିଲ୍ଲାରେ ଅନେକ ଚାଷୀ ଟୋକନ ଧରି ବସିଛନ୍ତି ତାଙ୍କର ଧାନ ବିକ୍ରି କରିବା ପାଇଁ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking